April 19, 2025

କଂଗ୍ରେସ ରେ ସାଂସଦ ଓ ବିଧାୟକ ଙ୍କୁ ରାୟଗଡା ସହର ତ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Share

 

ରାୟଗଡା : ଗତ ସାଧାରଣ ନିର୍ବାଚନ ରେ ନବ ନିର୍ବାଚିତ କଂଗ୍ରେସ ର କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ଆପ୍ସଲସ୍ୱାମୀ କାଦ୍ରାକା, ବିଷମକଟକ ବିଧାୟକ ନୀଳମାଧଵ ହିକକା ଓ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କୁ ରାୟଗଡା ସହର ବିଭିନ୍ନ ସଂଗଠନ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଭେଙ୍କଟସ୍ୱର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ରେ ରାୟଗଡା ଜ଼ିଲ୍ଲା ପୂର୍ବତନ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ରମୌଳି କୁମୁନ୍ଦନ ଙ୍କୁ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଳିଙ୍ଗ ବୈଶ୍ୟ ସଙ୍ଘ, ୱାକେର୍ସ କ୍ଳବ, ଜ଼ିଲ୍ଲା ମିଲ ମଲିକ ସଙ୍ଘ, କ୍ରସର ମଲିକ ସଙ୍ଘ ଏହି ପରି ବିଭିନ୍ନ ସଂଘ ପକ୍ଷରୁ ସାଂସଦ ଓ ତିନି ବିଧାୟକ ଙ୍କୁ ପୁଷ ଗୁଚ୍ଛ ଓ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ସମ୍ମାନିତ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସ କିପରି ଭାବେ ଜ଼ିଲ୍ଲା ରେ ଦୀର୍ଘ ବର୍ଷ ଧରି ଜନସାଧାରଣ ଙ୍କୁ କାମ କରିଥିଲା ତାହାରି ବିଷୟରେ ସାମ୍ୟକ ସୂଚନା ଦେଇଥିଲେ ଚନ୍ଦ୍ରମଉଳି କୁମୁନ୍ଦନ l ସାଂସଦ ସପ୍ତଗିରି ଉଲାକା ସାଂସଦ ରେ ବାରମ୍ବାର ଥେରୁବାଲି ଗୁଣୁପୁର ରେଲୱେ ଲାଇନ କଥା ଉଠାଉଥିଲେ ସେଥିପାଇଁ ଆଜି ଏହି ରେଳ ପଥ କାମ ଆରମ୍ଭ ହେବା କୁ ଯାଉଛି l ଠିକ ସେହିପରି ପୋଲାଭରମ ପ୍ରକଳ୍ପ ନେଇ ସାଂସଦ ଓ ବିଧାନସଭା ରେ ଆମର ଏମ୍ପି ଓ ବିଧାୟକ ମାନେ ଉଠେଇବେ ବୋଲି ଚନ୍ଦ୍ରମଉଳି କହିଥିଲେ l ଦୀର୍ଘ ଦିନ ପରେ ଆଜି ରାୟଗଡା ଜ଼ିଲ୍ଲା ରେ ତିନୋଟି ବିଧାୟକ ଆସନ କଂଗ୍ରେସ ଫେରିପାଇଛି ଆଜି ସେଥିପାଇଁ କଂଗ୍ରେସ ମୋହଲ ରେ ଖୁଶୀ ରେ ବାତାବରଣ ଦେଖାଦେଇଛି ସେଥିପାଇଁ ଆଜି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଆୟୋଜନ କରାଯାଇଛି ବୋଲି l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମଞ୍ଚରେ ସାଂସଦ ସାପଗିରି ଉଲାକା, ବିଧାୟକ ଆପାଳସ୍ୱାମି କାଦ୍ରାକା, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ, ଆଇନଜୀବୀ ମଦନ ମୋହନ ପାଢ଼ୀ, ଦୁର୍ଗା ପ୍ରସାଦ ପଣ୍ଡା, ବାଦଲ ଥା ମଂଚାସୀନ ଥିଲେ l ସାଂସଦ ଓ ବିଧାୟକ ଙ୍କୁ ଚନ୍ଦ୍ର ମୌଳି, ସର୍ଭେଶ୍ୱର ରାଓ, ଅରୁଣ ଚୌଧୁରୀ, ଈଶ୍ୱର ରାଓ, କାଶୀନାଇଡ଼ୁ, ଲୁଲୁ ବକ୍ସିପାତ୍ର, ଉଦୟ ପଣ୍ଡା, ଦୁଷ୍ମନ୍ତ ମହାନ୍ତି, କେ ନରେନ, ମହେଶ ପଟ୍ଟନାୟକ ଏହି ପରି ବହୁ ମାନ୍ୟଗଣ ବ୍ୟକ୍ତି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ