December 3, 2024

ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତ ର ଉଦ୍ଘାଟନ କଲେ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

Share

ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତ ର ଉଦ୍ଘାଟନ କଲେ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ


ବ୍ରାହ୍ମଣୀଗାଁ ତା:୧୯/୦୭ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନ ରେ ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ଉଦ୍ଘାଟନ କରିଛନ୍ତି ବିଧାୟକ ସାଲୁଗା ପ୍ରଧାନ । କନ୍ଧମାଳ, ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ର ସୀମାନ୍ତ ବର୍ତ୍ତି ଅଞ୍ଚଳ ରେ ଅବସ୍ଥିତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଅନେକ ଦୁର୍ଗମ ଇଲାକା ରହିଛି, ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ଆଜିବି ଅବହେଳିତ ଭାବେ ପଡ଼ି ରହିଛି । ହେଲେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଧାନ ଏହି ଦୁର୍ଗମ ଅଞ୍ଚଳ ର ବିକାଶ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ରୁ ଅନୁଦାନ ସଂଗ୍ରହ କରି ଏହି ଦୁର୍ଗମ ଅଞ୍ଚଳର ବିକାଶ କୁ ଆଗେଇ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଲଗାଣ ବର୍ଷା କୁ ଖାତିରି ନ କରି ବିଧାୟକ ଶ୍ରୀ ପ୍ରଧାନ ବ୍ରାହ୍ମଣୀଗାଁ ରେ ଆସି ପହଞ୍ଚିଥିଲେ , ସ୍ଥାନୀୟ ଜନଜାତି ହାଟ ପେଣ୍ଡି ଓ ଶିବ ମନ୍ଦିର ର ଭିତ୍ତି ପ୍ରସ୍ତର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବାସୀ ଓ ଦଳୀୟ କର୍ମୀ ମାନେ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲ ମାଳ ଦେଇ ଭବ୍ୟ ସ୍ଵାଗତ କରିବା ସହ ବନ ବିଭାଗ କାର୍ଯ୍ୟାଳୟ ଠାରୁ ବାଜା ବଜାଇ ପଟୁଆର ସହ ଶିବ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ, ସେଠାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଥିଲା ,ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ୧୦ନଂ ଯୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ମଲ୍ଲିକ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ, ସମବାୟ ସମିତି ସଭାପତି ନିଲମତି ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ଗ୍ରାମବାସୀ ଓ ଦଳୀୟ କର୍ମୀ ମାନେ ଯୋଗ ଦାନ କରିଥିଲେ। ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ପର୍ଯ୍ୟାୟ କ୍ରମେ ସ୍ମାର୍ଟ ଶ୍ରେଣୀ ଗୃହରେ ପରିବର୍ତ୍ତନ କରିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ରୁ ବିଶ୍ବ ପ୍ରସିଦ୍ଧ ଓଡ଼ିଶାର ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କ ରେ ଥିବା ପ୍ରତ୍ୟେକ ମନ୍ଦିର, ଗୀର୍ଜା ଗୃହ ,ମସଜିଦ ଆଦିର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ସଙ୍କଳ୍ପ ନେଇଥିବା ନେଇ ବିଧାୟକ ଶ୍ରୀ ପ୍ରଧାନ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ସେହି ପରି ଏହି ଅଞ୍ଚଳ ର ଗଦାପୁର ସ୍ଥିତ ଜଗନ୍ନାଥ ମନ୍ଦିର, ଶ୍ରାମୁଗୁଡି ଓ ଗୁମାଣ୍ଡି ପ୍ରାର୍ଥନା ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିବା ନେଇ ବିଧାୟକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସରକାରଙ୍କ ଠାରୁ ମିଳିଥିବା ଅନୁଦାନ ପାଇଁ ଗ୍ରାମର ରାମଚନ୍ଦ୍ର ପାତ୍ର,ରବି ପାତ୍ର, ଦୟାନିଧି ବିନ୍ଧାଣି ,ପ୍ରଭାକର ବିଶୋଇ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ବିଜେଡ଼ି ର ବରିଷ୍ଠ କର୍ମୀ ବିରଞ୍ଚି ବିଶୋଇ ଓ ଜିଲ୍ଲା ଯୁବ ସମ୍ପାଦକ ବାବୁନି ପଣ୍ଡା, ପଞ୍ଚାୟତ ସଭାପତି ରାଜୀବ ମାଝୀ, ରାଜୁ ବେହେର ଦଳେଇ ସମେତ ବହୁ ସଂଖ୍ୟାରେ କର୍ମୀ ମାନେ ସହଯୋଗ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)