December 3, 2024
Share

*ଖବର ଆଜିର*
ତାରିଖ ୧୯/୦୭/୨୦୨୩ ବୁଧବାର ।

ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ ।

ଦୂରଦର୍ଶନ ଓ ଆକାଶବାଣୀରେ ରାଜନୈତିକ ଦଳଙ୍କ ପ୍ରଚାର ଲାଗି ଅନଲାଇନରେ ହେବ ସମୟ ଆବଣ୍ଟନ ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ଟି ବିପକ୍ଷ ଦଳ ଏକଜୁଟ, ବିରୋଧୀ ମେଣ୍ଟର ନାଁ ‘INDIA। ।

ଆଇଏନଡିଆଇଏ (ଇଣ୍ଡିଆ) ମେଣ୍ଟରେ ୨୦୨୪ ଲୋକସଭା ନିର୍ବାଚନକୁ ଲଢିବେ ବିରୋଧୀ ଦଳ। ଏହି ନୂଆ ମେଣ୍ଟ ପୂର୍ବରୁ ଥିବା କଂଗ୍ରେସର ୟୁନାଇଟେଡ୍ ପ୍ରୋଗ୍ରେସିଭ ଆଲିଆନ୍ସ(ୟୁପିଏ) ର ସ୍ଥାନ ନେବ।  ।

ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା ।

ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ୫ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ହେବ ଆଲୋଚନା।

ଭଦ୍ରକ ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲାପାଳ ଏବଂ ଟିମ୍ ।

ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି।

ସେନ୍‌ସେକ୍ସ ୬୭,୦୦୦ ଟପିଲା: ମାସକରେ ବଢ଼ିଲାଣି ୩୬୦୦ ପଏଣ୍ଟ୍‌।

ଦେଶର ଅଗ୍ରଣୀ ଆଇଟି କଂପାନି ଇନ୍‌ଫୋସିସ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ୨୦୦ କୋଟି ଡଲାର ବ୍ୟୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ସୁରଟରେ ବିଶ୍ବର ସର୍ବବୃହତ କାର୍ଯ୍ୟାଳୟ: ୮୦ ବର୍ଷ ପରେ ମୁକୁଟ ହରାଇବ ପେଣ୍ଟାଗନ୍ ।

ଦେଶର ଅଗ୍ରଣୀ ଏଡ୍‌ଟେକ୍ ସଂସ୍ଥା ବାଇଜୁସ୍‌ ହିସାବ ଖାତାର ଯାଞ୍ଚ କରିବାକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍‌ଙ୍କୁ ଆଶ୍ଵସ୍ତି, ଏସୀୟ କ୍ରୀଡ଼ା ପାଇଁ ଦଳରେ ମିଳିଲା ସିଧା ଏଣ୍ଟ୍ରି ।

ସୁପ୍ରଭାତ ,ଶୁଭ ସକାଳ ।