ନିଷ୍ଠା ଭବନ ରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଇଂ ଅବନୀ କାନ୍ତ ସାହୁ
ସୁରେନ୍ଦ୍ର କଠାର,ବରଗଡ
ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ଆନ୍ଧ୍ର କେମ୍ଫ, ଖଣ୍ଡହଥା, ବରଗଡ଼ ଠାରେ ଥିବା କାର୍ଯ୍ୟାଳୟ ନିଷ୍ଠା ଭବନ କୁ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଇଂ ଅବନୀ କାନ୍ତ ସାହୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଆସିଥିଲେ। ନିଷ୍ଠା ପରିବାର ତରଫ ରୁ ଉପଢ଼ୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିସର ବୁଲି ଦେଖିବା ସହ ବିଭିନ୍ନ ସମସ୍ୟା ବିଷୟ ରେ ବିସ୍ତୃତ ଆଲୋଚନା କରିଥଲେ। ନିଷ୍ଠା ପରିବାର ର ସାମାଜିକ କାର୍ଯ୍ୟକ୍ରମ ବିଶେଷ କରି ନିକଟ ଅତୀତରେ ହୋଇଥିବା ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହେବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତ ପ୍ରକାଶ କରି ନିଷ୍ଠା ପରିବାର ର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସର ରେ ନିଷ୍ଠା ପରିବାର ର ଉପଦେଷ୍ଟା ରକ୍ଷପାଲ ସାହୁ,ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କ ସମେତ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
