September 29, 2024
Share

ବୁଗୁଡ଼ା : ତା ୧୯/୦୬/୨୪ : ସାପ କାମୁଡାରେ ବୁଗୁଡା ଅଞ୍ଚଳର ଜନୈକା ମହିଳା ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ମହିଳା ଜଣକ ହେଲେ ବୁଗୁଡ଼ା ବ୍ଲକ ବି.କରଡ଼ାବାଡି ପଞ୍ଚାୟତ ଅନ୍ତର୍ଗତ ଦଦରାଖୋଲ ଗ୍ରାମର ନମିତା ନାୟକ(୪୯) । ପ୍ରକାଶ ଯେ , ଗତ ୧୩ ତାରିଖ ରାତ୍ର ସମୟରେ ନମିତା କୌଣସି କାମରେ ବାରିପଟକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡାର ଶିକାର ହୋଇଥିଲେ । ଆହତ ଅବସ୍ଥାରେ ନମିତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ, ଅବସ୍ଥା ଗୁରୁତର ଥିବାରୁ ନମିତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।