September 29, 2024

ବ୍ଲକ ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ନିମନ୍ତେ ବୈଠକ ଅନୁଷ୍ଠିତ………

Share

 

ଉମରକୋଟ-:(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ପରିସର ରେ ଥିବା କନଫରେନ୍ସ ସଭା ଗୃହ ଠାରେ ବ୍ଳକ ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିପିଓ ପୁନିତ ରାମ ଗଣ୍ଡ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ଗର୍ଭବତୀ ଏବଂ ଶିଶୁଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ସେମାନଙ୍କର ସଠିକ ଯତ୍ନ ନିଆଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷା ଶୁଶିଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଲ ସରକାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ, ପୈାର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ, ଏବିଡିଓ ଜିତେନ୍ଦ୍ର କୁମାର ସାମଲ, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଜିପିଓ ପୁନିତରାମ ଗଣ୍ଡ, ଜିପିଇଓ ପାଣ୍ଡେୟା ପାପୁଲୁ, ଓ ବ୍ଲକ ର ସମସ୍ତ ବିଭାଗର ଅଧିକାରୀମାନେ ଏବଂ ଉମରକୋଟ ପୈାର ପରିଷଦ ଅଧୀନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ କୁନାସାହୁ ଉପସ୍ଥିତ ରହିଥିଲେ।ଶେଷରେ ଜିପିଓ ପୁନିତ ରାମ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।