April 2, 2025

ବଳଦେବ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ

Share

ବଳଦେବ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ
ବୁଗୁଡ଼ା : ତା ୧୯/୦୬/୨୩ : ସ୍ନାନୀୟ ବଳଦେବ ସ୍ବାମୀ
ମନ୍ଦିରରେ ପୂଜିତ ହୋଇଆସୁଥିବା ବଳଦେବ,
ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ଆଦି ଠାକୁରଙ୍କ ନେତ୍ର
ଉତ୍ସବ ସହ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଔଷଧ ଓ
ମଲମ ଲାଗି, ସ୍ନାନ ପଞ୍ଚାମୃତ, ହୋମ ,
ଆଳତି ଆଦି କାର୍ଯ୍ୟ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ
ହୋଇଥିଲା । ପୁରୋହିତ ରାମାନୁଜ ମହାପାତ୍ର ଓ ପଦ୍ମ ଚରଣ ଦାଶ ଦ୍ବାରା ଠାକୁରଙ୍କ ପୂଜା କାର୍ଯ୍ୟ ସମ୍ପାଦନ ସମ୍ପନ୍ନ ପରେ ନବ ଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ହୋଇଥିଲା । ମନ୍ଦିର ପରିଚାଳନା କମିଟିର
ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର
ସୁପରିଚାଳନାରେ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ ।