April 3, 2025

ରଥଯାତ୍ରା ପାଇଁ ପୁଲିସ ର ପ୍ରସ୍ତୁତି

Share

ରଥଯାତ୍ରା ପାଇଁ ପୁଲିସ ର ପ୍ରସ୍ତୁତି

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦିନକର ଅପେକ୍ଷା । ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଆସିବେ ଜଗତର ନାଥ ଜଗନ୍ନାଥ । ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼ । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ରଥଯାତ୍ରା କୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୋଟ ୩ ପ୍ଲାଟୁନ ପୁଲିସ ମୁତୟନ ହେବା ସହ, ୩ ଜଣ ଇନିସ୍ପେକ୍ଟର, ସବ ଇନିସ୍ପେକ୍ଟର ୮ ଜଣ ଓ ଏ ଏସ ଆଇ ୧୦ ଜଣ ମୁତୟନ କରାଯିବ । ସେହିଭଳି ଟ୍ରାଫିକ ପାଇଁ ଟାଉନ ହଲ ଓ ମୋତିଲାଲ ନଗର ରେ ବ୍ୟାରିକେଡ କରାଯିବ । ବସ ଗୁଡ଼ିକ ପୁରୁଣା ବସ ଷ୍ଟାଣ୍ଡ ଦେଇ ଏସ ପି ଗୁଡା ଛକ ରେ ବାହାରିବାକୁ ନିଷ୍ପତ୍ତି ହୋଇଛି । ଆର ଏମ୍ ସି, ଟାଉନ ହଲ, ମୁତ୍ୟାଲମା ମନ୍ଦିର, ସ୍ୱାମୀ ଆୟପା ମନ୍ଦିର ନିକଟରେ ଯାନବାହନ ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଗୁଣୁପୁର ଥାନା ଆଇଆଇସି ନୀଳ।ମ୍ବର ଜାନି ସୂଚନା ଦେଇଛନ୍ତି ।