March 10, 2026

ଝୁପୁଡିପଡ଼ା ଓ ପାଣିଟାଙ୍କି ଛକରେ ଜବର ଦଖଲ ଉଚ୍ଛେଦ..

IMG-20250519-WA0076
Share

 

ସମ୍ବଲପୁର ( ଦେବାଶିଷ ଦାଶ )

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ କାର୍ଯ୍ୟ ଉଚ୍ଛେଦ ଚାଲିଥିବା କ୍ରମରେ ସୋମବାର ନିଗମର କାର୍ଯ୍ୟକାରୀ ବିଭାଗ ପକ୍ଷରୁ ଝୁପୁଡିପଡ଼ା ଓ ମୁଦିପଡ଼ା ପାଣି ଟାଙ୍କି ଅଞ୍ଚଳରେ ଉଚ୍ଛେଦ କରାଯାଇଛି। ଆଜି କାର୍ଯ୍ୟକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଝୁପୁଡିପଡ଼ା ଠାରେ ଜବରଦଖଲ କରାଯାଇ ନିର୍ମାଣ କରାଯାଇଥିବା ୬ଟି ଘର ଉଚ୍ଛେଦ ପୁଲିସ ଉପସ୍ଥିତିରେ କରାଯାଇଛି।

ସେହିଭଳି ମୁଦିପଡ଼ା ପାଣିଟାଙ୍କି ଛକରେ ମଧ୍ୟ ଅନୁରୂପ ଭାବରେ ଜବରଦଖଲ କରାଯାଇଥିବା ଅଞ୍ଚଳ ଗୁଡିକୁ ପୁଲିସର ଉପସ୍ଥିତିରେ ଉଚ୍ଛେଦ କରାଯାଇଛି ବୋଲି କାର୍ଯ୍ୟକାରୀ ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି। ଆଗାମୀ ଦିନରେ ନିଗମ ପକ୍ଷରୁ ଝୁପୁଡିପଡ଼ା ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବାର ଯୋଜନା ନିଗମ ରଖଥିବା ବେଳେ ଆଗାମୀ ଶୀତଳଷଷ୍ଠି ଯାତ୍ରା ଏବଂ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ପାଣିଟାଙ୍କି ଅଞ୍ଚଳରେ ଜବରଦଖଲ ଗୁଡିକୁ ଉଚ୍ଛେଦ କରାଯାଉଛି ବୋଲି ନିଗମ ପକ୍ଷରୁ ସୁଚନା ମିଳିଛି।