November 16, 2024

ପାରମ୍ପରିକ ଚିତ୍ରକଳା ଶିବିର ଉଦଯାପିତ , ଚିତ୍ରଶିଳ୍ପୀଙ୍କ ତୂଳୀରେ ଚିତ୍ରିତ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର 

Share

ପାରମ୍ପରିକ ଚିତ୍ରକଳା ଶିବିର ଉଦଯାପିତ , ଚିତ୍ରଶିଳ୍ପୀଙ୍କ ତୂଳୀରେ ଚିତ୍ରିତ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର

ବୁଗୁଡା : ତା ୧୯/୦୫/୨୩ : ଓଡିଶାର ଗର୍ବ ଓ ଗୌରବ ବହନ କରି ଆସୁଥିବା ବୁଗୁଡ଼ାର ପ୍ରସିଦ୍ଧ କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ଶୈଳୀରେ ଯୁବ ଚିତ୍ରଶିଳ୍ପୀମାନଙ୍କ ତୂଳୀ ଚାଳନା ଲକ୍ଷ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ଆୟୋଜିତ ତ୍ରିଦିବସୀୟ “ପାରମ୍ପରିକ ଚିତ୍ରକଳା ଶିବିର” ଉଦଯାପିତ ହୋଇଯାଇଛି । ଉକ୍ତ ଶିବିର ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ୭ଟ ଚିତ୍ରବିଦ୍ୟା ଶିକ୍ଷାଦାନ କେନ୍ଦ୍ରର ୧୪ ଜଣ ଯୁବ ଚିତ୍ରଶିଳ୍ପୀ ବିରଞ୍ଚି ନାରାୟଣ ମନ୍ଦିର ଭିତ୍ତିରେ ଶହ ଶହ ବର୍ଷ ପୂର୍ବେ ପୌରାଣିକ କଥାବସ୍ତୁ ଉପରେ ଅଙ୍କିତ ଲୁପ୍ତ ପ୍ରାୟ ଚିତ୍ର ଗୁଡ଼ିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ନିଜ ନିଜ କାନଭାସରେ ମନଯୋଗ ସହକାରେ ଚିତ୍ରଣ କରିଥିଲେ । ଶିବିରର ଅନ୍ତିମ ଦିବସରେ ଚିତ୍ରଶିଳ୍ପୀମାନଙ୍କ ଦ୍ବାରା ଚିତ୍ରିତ ନିଖୁଣ ଛବିଗୁଡିକ ପ୍ରଦର୍ଶିତ ହୋଇ ସର୍ବଜନାଦୃତ ହୋଇପାରିଥିଲା । ଅନ୍ଯପକ୍ଷରେ ଓଡିଶା ଲଳିତ କଳା ଏକାଡେମୀ ସଚିବ ପଞ୍ଚାନନ ସାମଲଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଶିବିରର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଓ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗ ଦେଇ ସମସ୍ତ ଚିତ୍ରଶିଳ୍ପୀଙ୍କୁ ମାର୍ଗ ଦର୍ଶନ ଓ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ବୁଗୁଡ଼ାରେ ଗତ ୧୯୮୬ ମସିହାରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଦୀର୍ଘ ବର୍ଷ ବ୍ଯବଧାନରେ ପୁଣି ଦ୍ବିତୀୟ ଥର ପାଇଁ ଏ ବର୍ଷ ଆୟୋଜିତ ହୋଇ ସୂଚାରୁ ରୂପେ ସମ୍ପନ୍ନ ହୋଇଛି ।