ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ କରିବେ
ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ
କରିବେ
ପାରଳାଖେମୁଣ୍ଡି:୧୯/୫
(ଗରୁଡ଼ ଧ୍ଵଜ ଚୌଧୁରୀ)
ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଆସନ୍ତାମଇ୨୧,୨୦୨୩ରେଏକ ସର୍ବ ଭାରତୀୟ ଆଦିବାସୀ ସମ୍ମିଳନୀର ଆୟୋଜନ ହେଉଛି । ଏହି ଦିନିକିଆ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଦେଶରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୭୫୦ରୁ ଉଦ୍ଧ୍ୱର୍ ନେତା ଓ ବୁଦ୍ଧିଜୀବି ପ୍ରତିନିଧି ଭାବେ
ଯୋଗଦେବେ ବୋଲି ଏହାର ଆବାହକ କେଦାର ଶବର ପ୍ରେସ ନୋଟ ରେ ଜଣାଇଛନ୍ତି । ଦେଶରେ ଜମି ଓ ଏକ ଲିଖିତ ପ୍ରେସ ଜଙ୍ଗଲ ଆଦିବାସୀ
ମାନଙ୍କ ବିଭିନ୍ନ ଅଧିକାର ଏବଂ ସେମାନଙ୍କସ୍ୱାୟତତା ଭାଷା,ସଂସ୍କୃତି ଉପରେ ହେଉଥିବା ଆକ୍ରମଣ ଉପରେ ଏଥିରେ ବିଚାର ବିମର୍ଷ କରାଯିବ । ଝାଡ଼ଖଣ୍ଡର ଲୋକପ୍ରିୟ ଆଦିବାସୀ ଲେଖିକା ତଡକ୍ଟର ବାସଭି କିରୋ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସଭାପତି ଭି. ଭେଙ୍କଟାରାମାୟା ବକ୍ତା ଭାବେ ସମ୍ବୋଧିତ କରିବେ
ଦେଶରେ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଅଧିକାର ଉପରେ ବଢ଼ି ଚାଲିଥିବା ଆକ୍ରମଣର ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଆମକୁ ଆମର ଜମି ଓ ଜଙ୍ଗଲରୁ ଉଚ୍ଛେଦ କରାଯାଉଛି, ପାରମ୍ପରିକ ଜୀବିକାକୁ ଛଡ଼ାଇ ନିଆଯାଉଛି ଏବଂ ସର୍ବୋପରି ଆମର ଅସ୍ମିତା ବା ପରିଚୟ, ଆମ କଳାସଂସ୍କୃତି ଏବଂ ଆମ ଭାଷା ଉପରେ ବି ବ୍ୟବସ୍ଥିତ ଭାବେ ଆକ୍ରମଣ ହେଉଛି । ଆମକୁ ମୁଖ୍ୟଧାରାରେ ସାମିଲ କରିବା ନାଁରେ ଦେଶର ଶାସକ ଶ୍ରେଣୀ ଆମର ଆଦିବାସୀ ପରିଚୟକୁ ସମାପ୍ତି କରି ଆମକୁ ଅନ୍ୟ ସମ୍ପ୍ରଦାୟଙ୍କ ଭାଷା ଓ ସଂସ୍କୃତିରେ ବଳପୂର୍ବକ ସମ୍ମିଳିତ କରିବା ପାଇଁ ଉଦ୍ୟମ କରାଯାଉଛି । ଏପରିକି ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମରେ ଅଭୂତପୂର୍ବ ବଳିଦାନ ଦେଇଥିବା ଆମର ନାୟକମାନଙ୍କୁ ବି ଅଣଦେଖା କରାଯାଉଛି । ରାଜନୈତିକ ସ୍ୱାର୍ଥ ପାଇଁ ଆମକୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ବିଭାଜିତ ତଥା ସଂଘର୍ଷ କରାଇବାକୁ ପ୍ରୟାସ କରାଯାଉଛି । କେନ୍ଦ୍ର ଶାସନରେ ରହିଥିବା ବିଜେପି ଓ ଆର୍ଏସ୍ଏସ୍ ନେତୃତ୍ୱାଧୀନ ସରକାର ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।ବର୍ତ୍ତମାନ ମଣିପୁରରେ ମେତେଇ ଓ ଆଦିବାସୀଙ୍କ ମଧ୍ୟରେ ଯେଉଁ ସଂଘର୍ଷ ଓ ହିଂସା ଚାଲିଛି, ତାରି ପଛରେ ସେମାନଙ୍କ ପ୍ରଛନ୍ନ ଭୂମିକା ରହିଛି । ଏହାବାଦ ସେମାନେ ଦେଶସାରା ଆଦିବାସୀମାନଙ୍କୁ ହିନ୍ଦୁ ଓ ଖ୍ରୀଷ୍ଟିୟାନ ନାଁରେବିଭାଜିତ କରି ସେମାନଙ୍କ ସଂରକ୍ଷଣ ସୁବିଧା ସମାପ୍ତ କରିବାକୁ ବି ଷଡ଼ଯନ୍ତ କରୁଛନ୍ତି
ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଭରପୂର ଆମର ଜମି ଓ ଜଙ୍ଗଲକୁ ଦେଶୀ ବିଦେଶୀ ଘରୋଇ କର୍ପୋରେଟରମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ଲଗାତାର ଷଡ଼ଯନ୍ତ୍ର କରୁଛନ୍ତି । ଏହି ଉଦେ୍ଦଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଅଣାଯାଇଛି । କର୍ପୋରେଟ ଙ୍କୁ ଜଙ୍ଗଲ ଦେବା ପାଇଁ ଦେଶର ଜଙ୍ଗଲ ନୀତିରେ ପରିବର୍ତ୍ତନ କରାଯାଇଛି । ଏପରିକି ବର୍ତ୍ତମାନ ରହିଥିବା ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦କୁ ବି ସଂଶୋଧନ କରିବାକୁ ଚେଷ୍ଟା ଚାଲିଛି । ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ଏହି ଆଇନ ଗୁଡ଼ିକରେ ଉପରୋକ୍ତ ପରିବର୍ତ୍ତନ ଗୁଡିକର ମୂଳ ଉଦେ୍ଦଶ୍ୟ ହେଉଛି ଆମକୁ ଜଙ୍ଗଲରୁ ବଳପୂର୍ବକ ଉଚ୍ଛେଦ କରିବା, ଏପରିକି ଆମର ବିସ୍ଥାପନ ସମ୍ପର୍କରେ ବି ଆମର ମତ ପ୍ରକାଶର ଅଧିକାରରୁ ବଂଚିତ କରିବା ସହ ଆମକୁ ଦମନ ତଥା ଅତ୍ୟାଚାର କରିବା ପାଇଁ ଜଙ୍ଗଲ ବିଭାଗର ଅଧିକାରୀ ତଥା ସମଗ୍ର ସରକାରୀ ଯନ୍ତ୍ରକୁ ଅଧିକ ସଶକ୍ତ କରିବା ।
ଅନ୍ୟପକ୍ଷରେ, ଆମର ଲଗାତାର ସଂଘର୍ଷ ଫଳରେ ଆମପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବାରେ ଜାଣିଶୁଣି ମନ୍ଥରତା ଅବଲମ୍ବନ କରାଯାଉଛି । ଓଡ଼ିଶାରେ ମଧ୍ୟ ଜଙ୍ଗଲ ଅଧିକାର ନାଁରେ ଆଦିବାସୀ
ମାନଙ୍କୁ ବହୁତ କମ୍ ଜଙ୍ଗଲ ଜମିରେ ଅଧିକାର ଦିଆଯାଇଥିବା ବେଳେ କୋରାପୁଟର ମାଳି ପର୍ବତ, ବାଲଦା ହେଉ କି କଳାହାଣ୍ଡିର କର୍ଲାପାଟ ଅଥବା ରାୟଗଡ଼ାର କୁଟୃମାଳି, ସିଝିମାଳି ଆଦି ପ୍ରସ୍ତାବିତ ଖଣି ଅଂଚଳ
ମାନଙ୍କରେଆଦିବାସୀମାନଙ୍କୁ ଜାଣିଶୁଣି ଜଙ୍ଗଲ ଅଧିକାର ଦିଆଯାଉନି । ପୋଲାଭରମ୍ ଡ଼୍ୟାମ୍ ଦ୍ୱାରା କ୍ଷତିଗ୍ରସ୍ତ ମାଲକାନଗିରିର ଆଦିବାସୀ ଅଞ୍ଚଳ ତଥା ଗଞ୍ଜାମର ଗାଜଲବାଡ଼ିରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା ପୂର୍ବରୁ ସେଠାରେଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରେ ସରକାର ଜାଣିଣୁଣି ଅବହେଳା କରୁଛନ୍ତି । ପେସା ଆଇନ-୧୯୯୬ କୁ ମଧ୍ୟ ସଠିକ୍ ଭାବରେ ଲାଗୁ କରାଯାଉ ନାହିଁ ।ବନ୍ୟଜନ୍ତୁ ଅଭୟାରଣ୍ୟ ନାମରେ ଆମକୁ ଜଙ୍ଗଲ ଜମିରୁ ଉଚ୍ଛେଦ କରାଯାଉଛି ।
‘ଆମର ଜମି, ଜୀବିକା ଏବଂ ପରିଚୟର ସୁରକ୍ଷା’ ଏବଂ ‘ବିସ୍ଥାପନ ବିନା ବିକାଶ ଏବଂ ଜଙ୍ଗଲର ସୁରକ୍ଷା’ ଏହି ସମ୍ମିଳନୀର ମୁଖ୍ୟ ସ୍ଲୋଗାନ୍ ରହିଛି । ଆଜି ଦେଶର ବିଭିନ୍ନ ଅଂଚଳରେ ଆମର ଜମି ଓ ଜଙ୍ଗଲ ଅଧିକାର ଉପରେ ଚାଲିଥିବା ଆକ୍ରମଣକୁ ପ୍ରତିରୋଧ କରିବା ଯୋଗୁଁ ଏବଂ ଆମର ଅଧିକାର ପାଇଁ ଲଢ଼ÿିବା ଯୋଗୁଁ ଆମ ସମ୍ପ୍ରଦାୟ ଲୋକେ ଭୟଙ୍କର ରାଷ୍ଟ୍ର ଦମନର ସମ୍ମୁଖୀନ ହେଉଛନ୍ତି । ମାଓବାଦୀ ଦମନ ନାଁରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କୁ ୟୁଏପିଏ ପରି କଠୋର ଆଇନ ବଳରେ ଗିରଫ କରି ଜେଲରେ ଭର୍ତ୍ତି କରାଯାଉଛି ।ଏହି ସମ୍ମିଳନୀ, ଦେଶର ଆଦିବାସୀ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ଉଠାଇବା ସହ ଆମ ବିରୁଦ୍ଧରେ ଚାଲିଥିବା ଆକ୍ରମଣର ସମ୍ମୁଖୀନ ହେବା ପାଇଁ ପ୍ରତିରୋଧର କାର୍ଯ୍ୟସୂଚୀ ସ୍ଥିର କରିବ । ସମଗ୍ର ଭାରତର ଆଦିବାସୀ ସମ୍ପ୍ରଦାୟର ନେତାମାନଙ୍କୁ ଏକାଠି କରିବା ପାଇଁ ଏକ ମଂଚ ଗଠନ କରିବା ସହ ତା’ ଜରିଆରେ ଆମର ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ବିଭିନ୍ନ ପ୍ରସଙ୍ଗରେ ଆମର ଉଦ୍ବେଗକୁ ପ୍ରକାଶ କରିବା ତଥା ଆମ ଉପରେ ହେଉଥିବା ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ଆନେ୍ଦାଳନ ଗଢ଼ିବାର ପ୍ରସ୍ତାବ ଉପରେ ବିଚାର କରାଯିବ ।ଆଜିର ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଆଦିବାସୀ ସମ୍ମିଳନୀର ଅନ୍ୟତମ ଆବାହକ ତଥା ଆଦିବାସୀ ନେତା କେଦାର ଶବର, କୁଶନାଥ ପ୍ରଧାନ ଓ ନରସିଂହ ଦଳବେହେରା ଯୋଗଦେଇଥିଲେ ।