ଭୟସ ଅଫ ମିଡ଼ିଆର ସାଂଗଠନିକ ବୈଠକ… ସମ୍ମାନୀତ ହେଲେ କୋରାପୁଟ କନକ ନ୍ୟୁଜ ପ୍ରତିନିଧି ସୌମ୍ୟ ରଞ୍ଜନ ସାହୁ

କୋରାପୁଟ…. କୋରାପୁଟ ସ୍ତିତ ଅତିଥି ଭବନ ଠାରେ ଭୟସ ଅଫ ମିଡ଼ିଆର ସାଂଗଠନିକ ବୋଇଠକ୍ ଅନୁଷ୍ଠିତ ହୋଇଯାଇଛି। ଏଇ କାର୍ଯ୍ୟକ୍ରମ ରେ ଭୟସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ ମିଶ୍ର ଯୋଗ ଦେଉଥିବା ବେଳେ ମୂଖ୍ୟ ଅତିଥି ଭାବେ ମହେନ୍ଦ୍ର ବାଘ.. ସମ୍ମାନୀୟ ଅତିଥି ଭାବେ କୋରାପୁଟ ପୌରପାଳିକାର ତିନି ନମ୍ବର ୱାର୍ଡ କାଉନସିଲର କାଦମ୍ୱନି ସେଠୀ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ପ୍ରଭାତ ମିଶ୍ର ନିଜ ବକ୍ତବ୍ୟରେ ଭୟସ ଅଫ ଓଡ଼ିଶା ସବୁବେଳେ ସାମ୍ୱାଦିକ ଙ୍କ ସୁରକ୍ଷା ସହ ଜଡ଼ିତ। ବିଶେଷ କରି ସାମ୍ଭାଦିକ ମାନେ ଯେତେବେଳ ଗ୍ରାଉଣ୍ଡ ଜିରୋ ରେ କାମ କରନ୍ତି ସେତେବେଳ ବେଳେ ବେଳେ ମଧ୍ୟ ଆକ୍ରୋଶ ର ଶିକାର ହୋଇଥାନ୍ତି। ଯେଉ ସମୟରେ କି ନିଜ ଚ୍ୟାନେଲ ବା ଅନୁଷ୍ଠାନ ସାମ୍ୱାଦିକ ଙ୍କ ପାଖରେ ଛିଡା ହେବା କଥା କିନ୍ତୁ ସେତେବେଳେ ସେଇ ସଂସ୍ଥା ସାମ୍ୱାଦିକ ର ହାତ ଚାଡ଼ି ଦେଇଥାନ୍ତି। ଯାହା ଫଳ ରେ ସାମ୍ୱାଦିକ ଟି ନାନା ହଇରାଣ ହରକତ ହୋଇଥାଏ। ତେଣୁ ସାମ୍ୱାଦିକ ସୁରକ୍ଷା ନିହାତି ଆବଶ୍ୟକ ବୋଲି ମିଶ୍ର କହିଥିଲେ। ଭୟସ ଅଫ ମିଡ଼ିଆ ସାମ୍ୱାଦିକ ଙ୍କୁ ତିନ ଟି ସୁରକ୍ଷା ଦେବ ପ୍ରଥମ ସାମ୍ୱାଦିକ ଏଵଂ ତାଙ୍କ ପରିବାର କୁ ବିମା ପ୍ରଦାନ ଦ୍ଵିତିୟ ରେ ପରିବାର ର ପିଲା ମାନକୁ ପାଠ ପଢା ପାଇଁ ସହାୟତା ତୃତୀୟ ରେ ଘର କରିବା ପାଇଁ ଟଙ୍କା ପ୍ରଦାନ। ତିନ ଟି ସୁବିଧା ନିମନ୍ତେ କୌଣସି ଟି ଟଙ୍କା ଦେବାକୁ ପଡିବ ନାହିଁ କେବଳ ପରିଚୟ ପତ୍ର ପାଇଁ ଯାହା ଦୁଇ ସହ ଟଙ୍କା ଟି ଦେବାକୁ ପଡିବ ବୋଲି ରାଜ୍ୟ ସଭାପତି କହିଛନ୍ତି। ଆଜି ର ଏଇ କାର୍ଯ୍ୟକ୍ରମ ରେ 26 ଜଣ ସାମ୍ୱାଦିକ ଓ ସାମ୍ୱାଦିକା କୁ ଭୟସ୍ ଅଫ ମିଡ଼ିଆ ତରଫ ରୁ ପରିଚୟ ପତ୍ର ପ୍ରଦାନ କରଯାଇଥିଲା। ଆଗମୀ ଦିନ ରେ କିଭଳି ଭୟସ ଅଫ ମିଡ଼ିଆ କୋରାପୁଟ ରେ ସୃଦ୍ରୁଡ ହେବ ସେ ନେଇ ଗୁରୁତ୍ୱାରୋପ କରଯାଇଥିଲା। ଏଇ ପରିପ୍ରେକ୍ଷୀରେ ସାମ୍ୱାଦିକତା କ୍ଷେତ୍ର ରେ ଉଲ୍ଖେଖେନୀୟ ଅବଦାନ ପାଇଁ କୋରାପୁଟ କନକ ନ୍ୟୁଜ୍ ପ୍ରତିନିଧି କୁ ସୌମ୍ୟ ରଂଜନ ସାହୁ ଙ୍କୁ ମାନ ପତ୍ର ସହ ଉପଡୋକାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ର କାର୍ଯ୍ୟକ୍ରମ କୁ ଭୟସ ଅଫ ମିଡ଼ିଆ ର ଜିଲ୍ଲା ସଭାପତି ସୁରେନ୍ଦ୍ର ଖୋସଲା ସଭାପତିତ୍ଵ କରିଥିବା ବେଳେ ଗୁପ୍ତ ପ୍ରସାଦ ପତ୍ରିକା ମଞ୍ଚ ପରିଚାଳନା କରିଥିଲେ। ଆଜି ର ଏଇ କାର୍ଯ୍ୟକ୍ରମ ରେ ଆଖପାଖ ରୁ ପ୍ରାୟ ସହେ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଓ ସାମ୍ବାଦିକା ଯୋଗ ଦେଇଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା