April 20, 2025

ଅଙ୍ଗନୱାଡ଼ି କେନ୍ଦ୍ର ରେ ନିମ୍ନ ମାନର ଖାଦ୍ୟ ପରିବେଷଣ କୁ ନେଇ ତାତିଲେ ମା ମାନେ . ଅଙ୍ଗନୱାଡି କେନ୍ଦ୍ରରେ ପକାଇଲେ ତାଲା ଧାରଣା ରେ ବସିଲେ .

Share

ଅଙ୍ଗନୱାଡ଼ି କେନ୍ଦ୍ର ରେ ନିମ୍ନ ମାନର ଖାଦ୍ୟ ପରିବେଷଣ କୁ ନେଇ ତାତିଲେ ମା ମାନେ .

ଅଙ୍ଗନୱାଡି କେନ୍ଦ୍ରରେ ପକାଇଲେ ତାଲା ଧାରଣା ରେ ବସିଲେ

ବାଲେଶ୍ବର ( ଦେବାଶିଷ ଦାଶ )

ନୀଳଗିରି ଠାରୁ ମାତ୍ର ୫ କିମି ଦୂର, ରେମୁଣା ବ୍ଲକ ର ନୂଆଗାଁ ପଞ୍ଚାୟତ,ଖଜିରା ଗାଁ ରେ ଅଙ୍ଗନ ୱାଡ଼ି କେନ୍ଦ୍ର ରେ ନିମ୍ନ ମାନର ଖାଦ୍ୟ ପରିବେଷଣ କୁ ନେଇ, ତାତିଲେ ମା ମାନେ।କେନ୍ଦ୍ର ରେ ପକାଇଲେ ତାଲା।ପ୍ରାପ୍ତ ସୂଚନା ରୁ ଜଣାଯାଇଛି,ଉକ୍ତ ଅଙ୍ଗନ ୱାଡି କେନ୍ଦ୍ର ର ଦିଦି ଦୀର୍ଘ ଦିନ ଧରି ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଓ ଗର୍ଭବତୀ ମହିଳା ମାନଙ୍କୁ ଅବଧି ପୁରିଥିବା ପୁଷ୍ଟିକର ଖାଦ୍ୟ ଦେବାକୁ ନେଇ ମା ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ,ସେ କଥା କେହି ଶୁଣୁ ନ ଥିଲେ।ଆଜି ସକାଳେ ମା ମାନେ ବାଧ୍ୟ ହୋଇ,ଅଙ୍ଗନୱାଡି କେନ୍ଦ୍ର ରେ ତାଲା ପକାଇ,ଘର ସମ୍ମୁଖ ରେ ଧାରଣା ରେ ବସିଥିଲେ।ଘଟଣା ସ୍ଥଳରେ ଆମପ୍ରତିନିଧି ପହଞ୍ଚି ଧାରଣାରତ ମା ମାନଂକ ମତାମତ ନେବାରେ,ସେମାନେ ଦେଉ ଥିବା ଖାଦ୍ୟ ଅତ୍ୟନ୍ତ

ନିମ୍ନ ମାନର ଓ ଖାଇବା ଯୋଗ୍ୟ ନୁହେଁ ବୋଲି କହିଥିବା ବେଳେ,ଅଙ୍ଗନ୍ ୱାଡି( ଦିଦି) କର୍ମୀ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିବା ସହିତ ଏହା ମିଥ୍ୟା ଅଭିଯୋଗ ବୋଲି କହିଥିଲେ।ଅନ୍ୟ ପକ୍ଷରେ,ଗ୍ରାମବାସୀ ମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀ ଙ୍କ ଵିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି।