April 20, 2025

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

Share

 

ଖଇରା ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପରିସର ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସ୍ଥାୟୀ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ବାଲେଶ୍ବର ଜିଲ୍ଲା ଶିକ୍ଷକ ସଂଘର ସଭାପତି ରମାକାନ୍ତ ମହାନ୍ତି ଓ ଅକ୍ଷୟ କୁମାର ଖୁଣ୍ଟିଆ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ସାଂଗଠନିକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ସଂଗଠନର ବରିଷ୍ଠ ଉପଦେଷ୍ଟା ନାରାୟଣ ପ୍ରସାଦ ପେଡା, କମଳଲୋଚନ ଜେନା ଓ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ତତପରେ ସଂଗଠନର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ୧୭ଟି କ୍ଲଷ୍ଟର ମଧ୍ୟରୁ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିବା ୨୩ ଜଣ ସଭ୍ୟ ସଭ୍ଯା ମାନଙ୍କର ତାଲିକା ଉପସ୍ଥାପନ କରିଥିଲେ । ତଦନୁଯାୟୀ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ରମାକାନ୍ତ ମହାନ୍ତି ଓ ଅକ୍ଷୟ କୁମାର ଖୁଣ୍ଟିଆ ନିର୍ବାଚନ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପୂର୍ବରୁ ପ୍ରଚଳିତ ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ପଦପଦବୀ ପାଇଁ ସଭ୍ୟ ସଭ୍ଯା ମାନେ ନିର୍ବାଚିତ ହେଉଥିବା ବେଳେ ଚଳିତ ବର୍ଷ ତାହାର ବ୍ଯତିକ୍ରମ ଦେଖାଯାଇଥିଲା । ଫଳରେ ସମସ୍ତ ସଦସ୍ୟ ମନୋନୀତ ହୋଇଥିଲା । ଏଥିପାଇଁ ଜିଲ୍ଲା ପ୍ରତିନିଧି, ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉକ୍ତ ନିର୍ବାଚନ କାର୍ଯ୍ୟରେ ୭୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ସ୍ଥାୟୀ ସଭାପତି କୈଳାସ ଚନ୍ଦ୍ର ବେହେରା ଏଭଳି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ସଂଘ କିପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ନବ ନିର୍ବାଚିତ ସଭ୍ୟ ସଭ୍ଯା ମାନଙ୍କ ମଧ୍ୟରେ ସଭାପତି ଜଗନ୍ନାଥ ମହାପାତ୍ର, ଉପ-ସଭାପତି ହଳଧର ସାହୁ ଓ ଜୟନ୍ତୀ ମହାପାତ୍ର, ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ସୁଦର୍ଶନ ସେଠୀ, ଜିଲ୍ଲା ସହ-ସମ୍ପାଦକ ଲକ୍ଷ୍ମଣ କୁମାର ସେନ, ଯୁଗ୍ମ ସଂପାଦକ ଦୁର୍ଗା ମାଧବ ଜେନା, ନଟବର ମହାପାତ୍ର ଓ ରବିନ୍ଦ୍ର କୁମାର ଶିଅଳ ।।