ଉଦଘାଟିତ ହେଲା ଗୋପ ଲୋକ ମହୋତ୍ସବ
ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ଗୋପବ୍ଲକ କୁଶଭଦ୍ରା ନଦୀକୂଳରେ ସାଗରସ୍ନାନ ମେଳଣପଡିଆରେ ଉଦଘାଟିତ ହେଲା ଗୋପ ଲୋକ ମହୋତ୍ସବ l ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଲୋକ ମହୋତ୍ସବକୁ ଉଦଘାଟିତ କରିବା ସହିତ ମେଲଣପଡିଆର ମହିଳା ଶକ୍ତିମେଳାକୁ ଉଦଘାଟନ କରିଥିଲେ l ଲୋକ ମହୋତ୍ସବ ର ସଭାପତି ତଥା ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ନରେନ୍ଦ୍ର ଦାସ, ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟେଇ, ବିଭୁତିଭୂଷଣ ପଟ୍ଟନାୟକ, ଏଗାର ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ କୁମାର ରାୟ, ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମାର ପଟ୍ଟନାୟକ ଓ ଯୁବନେତା ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଲୋକ ମହୋତ୍ସବ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଏହି ଲୋକ ମହୋତ୍ସବ ର ସ୍ମରଣିକା ଉନ୍ମୋଚନ କରିଥିଲେ l ପରେପରେ ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି ଲୋକ ମହୋତ୍ସବ ସାତଦିନ ଧରି ଚାଲିବ ବୋଲି ସଭାପତି ବନରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
