ଗଜପତି:- ନିଷିଦ୍ଧ ଗଞ୍ଜେଇ ନଷ୍ଟ ଓ ଜବତ କରିବାରେ ଶ୍ରେଷ୍ଠ ଅବଦାନ ୨୦୨୫ ବର୍ଷ ପାଇଁ ଜିଲ୍ଲାର ୪ ପୋଲିସ ଅଧିକାରୀ ପୋଲିସ ଡ଼ିଜି’ଙ୍କ ଦ୍ଵାରା ସମ୍ମାନିତ ହେବେ
ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଦୁର୍ଗମ ଅଞ୍ଚଳ ମାନଙ୍କରେ ନିଷିଦ୍ଧ ଗଞ୍ଜେଇ ଚାଷ ଉପରେ ଚଢାଉ କରି ତାକୁ ନଷ୍ଟ କରିବା ଏବଂ ଗଞ୍ଜେଇ ଚୋରା ଚାଲାଣ ବେଳେ ତାକୁ ଧରି ଜବତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୋଗୁଁ ଗଜପତି ଜିଲ୍ଲାର ୩ ଥାନାର ୪ ଜଣ ପୋଲିସ ଅଧିକାରୀ ୨୦୨୫ ବର୍ଷ ପାଇଁ ରାଜ୍ୟର ପୋଲିସ ମହା ନିର୍ଦ୍ଦେଶକ(ଡିଜି ପୋଲିସ) ଙ୍କ ଦ୍ୱାରା ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି ।
ଗଜପତି ଜିଲ୍ଲାର ୩ ଥାନା’ର ଏହି ୪ ଜଣ ପୋଲିସ ଅଧିକାରୀ ହେଉଛନ୍ତି:- (୧):- ମୋହନା ଥାନାର ଏସ ଆଇ: ଶ୍ରୀ ପଙ୍କଜ ଦାସ , (୨):-ଆର:ଉଦୟଗିରି ଥାନା’ର ଏସ:ଆଇ:- ସ୍ଵପ୍ନା ରାଣୀ ବେହେରା ଓ (୩):- ଶ୍ରୀ ସନ୍ଦୀପ ହେମ୍ବ୍ରମ , (୪):- ଚନ୍ଦ୍ରଗିରି ପୋଲିସ ଫାଣ୍ଡିର ଏସ:ଆଇ: ଶ୍ରୀ ସୁନିଲ କୁମାର ସେଠୀ ।
ଏହି ପୋଲିସ ଅଧିକାରୀ ମାନେ ଚଳିତ ମାସର ଆସନ୍ତା ୨୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ପୋଲିସ୍ ଭବନ ଠାରେ ଅପରାହ୍ନ ୧୦ ଘଣ୍ଟିକା ସମୟରେ ଅନୁଷ୍ଠିତ ହେବାକୁ ଥିବା ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଜ୍ୟର ପୋଲିସ ଡ଼ିଜି’ଙ୍କ ଦ୍ଵାରା ସମ୍ମାନିତ ହେବେ ବୋଲି ଜିଲ୍ଲାର ଗଣମାଧ୍ୟମ ବ୍ୟକ୍ତି ମାନଙ୍କୁ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ:ପି:) ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ।
ପ୍ରକାଶ ଯୋଗ୍ୟ ଯେ , ଗଜପତି ଜିଲ୍ଲାର ଆଦିବାସୀ ବହୁଳ ମୋହନା , ଆର: ଉଦୟଗିରି ଓ ନୂଆଗଡ ବ୍ଲକର ପାହାଡିଆ ଦୁର୍ଗମ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରା ଯାଉଥିବା ସହ ସେହି ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ଚାଲିଛି । ସେଥିରେ ସଂପୃକ୍ତ ଏହି ଉପରୋକ୍ତ ପୋଲିସ ଥାନା ଗୁଡ଼ିକ ପକ୍ଷରୁ ହେଉଥିବା ଗଞ୍ଜେଇ ଚାଷ ଓ ନିଷିଦ୍ଧ ଚୋରା ଚାଲାଣ କାରବାର’କୁ ମୂଳପୋଛ କରିବା ପାଇଁ ତପ୍ତରତା ପ୍ରକାଶ କରି ଅହରହ ଉଦ୍ୟମ ଜାରି ରଖିଛନ୍ତି ଏହି ଉପରୋକ୍ତ ଥାନା ଗୁଡ଼ିକର ପୋଲିସ ଅଧିକାରୀ ମାନେ ।
ଉପରୋକ୍ତ ଏହି ପୋଲିସ ଅଧିକାରୀ ମାନଙ୍କ , ନିଷିଦ୍ଧ ଗଞ୍ଜେଇ ଚାଷ ଓ ଚୋରା କାରବାର’କୁ ରୋକିବା ସହ ତାକୁ ମୂଳପୋଛ କରିବା ଦିଗରେ ଯେଉଁ ନିଷ୍ଠାପର ଉଦ୍ୟମ ଜାରୀ ରଖିବାର ସେହି ମୂଲ୍ୟବାନ ଅବଦାନ ଯୋଗୁଁ ସେମାନେ ଆସନ୍ତା ୨୦ ତାରିଖ ଦିନ ପୋଲିସ ଡ଼ିଜି’ଙ୍କ ଦ୍ଵାରା ସମ୍ମାନିତ ହେବାକୁ ଯାଉଛନ୍ତି । ଏହା ଅତ୍ୟନ୍ତ ଆନନ୍ଦ ଓ ଗର୍ବର କଥା । ଏଥିପାଇଁ ଗଜପତି ଜିଲ୍ଲା ପୋଲିସ ତାଙ୍କର ଏଭଳି ଅବଦାନ ପାଇଁ ଗର୍ବିତ ବୋଲି ସୂଚନା ଦେଇ କହିଛନ୍ତି , ଜିଲ୍ଲାର ଆରକ୍ଷୀ ଅଧ୍ୟିକ୍ଷକ(ଏସ:ପି:) ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————–
