ପୁରୀଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ
ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ରିଜର୍ଭ ପୋଲିସ ପଡିଆ ଠାରେ ପୁରୀଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପୁରୀ ଏସପି କୌଣସି କାରଣରୁ ଆସିନପାରିଥିବାରୁ ଆଡିଶନାଲ ଏସପି ମହୋଦୟାଙ୍କ ନେତୃତ୍ୱରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ପୂର୍ବତନ ସଭାପତି ସନ୍ତୋଷ କୁମାର ମହାନ୍ତି ଏବଂ ଉପସଭାପତି ଭାବେ ପୂର୍ବତନ ସମ୍ପାଦକ ସମ୍ପାଦକ ପୁନର୍ବାର ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିବା ବେଳେ ସମ୍ପାଦକ, କୋଷାଧକ୍ଷଙ୍କ ସମସ୍ତ ନିର୍ବାଚିତ ପ୍ରତିନିଧି ଶପଥ ଗ୍ରହଣ କରିଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରୀତିଭୋଜନ ଆୟୋଜନ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
