ରାହାମା ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଘାଟିତ..

ରାହାମା/କୁଜଙ୍ଗ ,
ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରଚାର ସମିତି ରାହାମା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୫ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ କରକମଳରେ ରାହାମା କଲେଜ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ବରେଣ୍ୟ ସାଧୁସନ୍ଥ ମାନଙ୍କ ସହ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠ ପୁରୀ ମହନ୍ତ ମହାରାଜ ରାମକୃଷ୍ଣ ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ପ୍ରାର୍ଥନା ଚ୍ୟାନେଲ ମୂଖ୍ୟ ଶ୍ରୀ ପତିତପାବନ ସ୍ବାଇଁ, ନାମାଚାର୍ଯ୍ୟ ବାୟାବାବାଙ୍କ ଶିଷ୍ୟ ଶ୍ରୀ ବୈକୁଣ୍ଠନାଥ ଦାସ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଉପସ୍ଥିତ ସମସ୍ତ ସାଧୁସନ୍ଥ ମାନେ ମହୋତ୍ସବ ସ୍ଥଳ ପରିକ୍ରମା କରି ମା’ ବିମଳା, ମା’ ଲକ୍ଷ୍ମୀ, ଚାରିଧାମ ଦର୍ଶନ, ପଞ୍ଚସଖାଙ୍କ ଲୀଳା ପ୍ରଦର୍ଶନ, ବନ୍ଧୁ ମହାନ୍ତି, ଦାସିଆ ବାଉରୀ ଙ୍କ କଳାକୃତି ପ୍ରମୁଖ ପ୍ରଦକ୍ଷିଣ କରି ଶ୍ରୀଜଗନ୍ନାଥଙ୍କ ଚବିଶ ବେଶ, ଛପନ ଭୋଗ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ପୀଠ ଆଦି ଦର୍ଶନ କରିଥିଲେ। ପ୍ରଥମେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ତଥା ସମ୍ପାଦକ ଡ଼ ସୁନାକର ବେହେରା ସମସ୍ତ ସାଧୁସନ୍ଥ ଓ ବରେଣ୍ୟ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରି ଅନୁଷ୍ଠାନର ଆଧ୍ୟାତ୍ମିକ ଓ ସାମାଜିକ ମୂଲ୍ୟବୋଧ ଓ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଘଣ୍ଟଘଣ୍ଟା, ବେଦଧ୍ୱନି, ହରିବୋଲ ଓ ହୁଳହୁଳୀରେ ପ୍ରକମ୍ପିତ ପରିବେଶରେ ମହୋତ୍ସବକୁ ଆନ୍ତର୍ଜାତୀୟ ମହାନ୍ କ୍ରୀୟାଯୋଗୀ ସ୍ବାମୀ ପ୍ରଜ୍ଞାନାନନ୍ଦଜୀ ମହାରାଜ ଉଦଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି କିପରି ବିପଥଗାମୀ ସମାଜକୁ ଶୃଙ୍ଖଳିତ କରି ପାରିବ ଓ ଗୋମାତାଙ୍କ ସେବାଦ୍ବାରା କିପରି ଏକ ସୁସ୍ଥ ସମାଜ ଓ ବାତାବରଣ ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପ୍ରାର୍ଥନା ଚ୍ୟାନେଲ ମୂଖ୍ୟ ଶ୍ରୀ ସ୍ବାଇଁ ଶ୍ରୀ ମନ୍ଦିର ନିର୍ମାଣ ତତ୍ତ୍ବର ବୈଷୟିକ ଦିଗ ଉପରେ ଆଲୋକପାତ କରି ମଣିଷର ଦୈନନ୍ଦିନ ଜୀବନ ସହ ଏହାର ସୁଫଳ ଓ ସମଷ୍ଠିଗତ ପ୍ରଭାବ ସଂପର୍କରେ ବର୍ଣ୍ଣନା କରିଥିଲେ। ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଶ୍ରୀଜଗନ୍ନାଥ ସଂସ୍କୃତିର ସାରସ୍ବତ ତତ୍ତ୍ୱ ଓ ମାନବ ସମାଜରେ ସଂସ୍କାର ଓ ମାନବିକ ମୂଲ୍ୟବୋଧର ଉତ୍ତରୋତ୍ତର ଉନ୍ନତି କାମନା କରି ଏକ ସଫଳ ଜୀବନକୁ ରୂପାନ୍ତରିତ କରିବାକୁ ସମବେତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟ ବରେଣ୍ୟ ଅତିଥି ମାନଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଧୃତିଧର ଦାସ ଓ ପଣ୍ଡିତ ପ୍ରମୋଦ କୁମାର କର ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତା’ପରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଖ୍ୟାତ ପ୍ରବଚକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ନିଜର ଧାରାବାହିକ ପ୍ରବଚନ ପ୍ରାରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଯୁଗପୁରୁଷ ଶ୍ରୀକୃଷ୍ଣ ଓ ଶ୍ରୀଭାଗବତ ମହାପୁରାଣର ବ୍ୟାଖ୍ୟା ବର୍ଣ୍ଣନା କରି ସମଗ୍ର ଅଞ୍ଚଳକୁ ଦିତୀୟ ଶ୍ରୀକ୍ଷେତ୍ର ବୋଲି ଅଭିହିତ କରି ଏହି ମହାଯଜ୍ଞରେ ସମସ୍ତ ଜନସାଧାରଣ ଭାଗନେବାକୁ ଅନୁରୋଧ କରିଥିଲେ।
ଏଥିରେ ସର୍ବଶ୍ରୀ ଶରତ ଚନ୍ଦ୍ର ସାହୁ, ମନୋହର ସ୍ବାଇଁ, ଅକ୍ଷୟ କୁମାର ସାହୁ, ଉତ୍ତମ ଚରଣ ଦାସ, ଦୁର୍ଯ୍ୟୋଧନ ପାତ୍ର, ଲକ୍ଷ୍ମୀଧର ସାହୁ, କବିଚନ୍ଦ୍ର ବେହେରା,ପ୍ରଦୀପ୍ତ କୁମାର ସାହୁ, ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡା, ସ୍ନେହମୟୀ ଆଚାର୍ଯ୍ୟ, ସରସ୍ବତୀ ଦାସ, ବିନୋଦ କୁମାର ବରାଳ, ବାସୁଦେବ ବରାଳ, ଶ୍ରୀକାନ୍ତ ମହାନ୍ତି, ଭଞ୍ଜ କିଶୋର ସାହୁ,ଭିକାରୀ ଚରଣ ସେନାପତି, ବଂଶୀଧର କୁଣ୍ଡୁ, ସରୋଜ କୁମାର ଦାସ , ସୈାଭାଗ୍ୟ ନାୟକ, ବିନୋଦ କୁମାର ମୁଦୁଲି, ରମେଶ ଚନ୍ଦ୍ର ମହାପାତ୍ର, କିଶୋରୀ ଚରଣ ଦାସ, ଧୃବ ଚରଣ ଦାସ ଓ ଅମୀୟ କୁମାର ଜେନା ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଶେଷରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରସାଦ ସେବନ ର ସୁବନ୍ଦୋବସ୍ତ ହୋଇଥିଲା।
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା