March 20, 2025

ତାଲପାଲି ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

Share

 

 

 

ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ କଳସ ଶୋଭାଯାତ୍ରା ହୋଇଯାଇଛି । ଏହା ୧୯ ତାରିଖ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ବହୁ ଜନ ସମାଗମରେ କଳସ ଶୋଭାଯାତ୍ରା ହୋଇଥିଲା । ପ୍ରଥମ ଦିନରେ ବିରାଟ ପଟୁଆରରେ ମହିଳା ମାନେ କଳସ ଶୋଭାଯାତ୍ରାରେ ଖୁଣ୍ଟପାଳି ଗ୍ରାମ ରୁ ପାଣି ଉଠାଇ ଜଳ ପୂର୍ଣ୍ଣ କଳସ ଵହନ କରି ସମଗ୍ର ତାଲପାଲି ଗ୍ରାମ ପରିକ୍ରମା କରିଥିଲେ । ବାଦ୍ୟ ନୃତ୍ୟ, ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ତାଲପାଲି ଗ୍ରାମ ମୁଖରିତ ହୋଇ ଉଠିଥିଲା । ଜଳ ପୂର୍ଣ୍ଣ କଳସକୁ ପୂଜା ମଣ୍ଡପ ଓ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଜଗନ୍ନାଥ ମନ୍ଦିରର ମୁଖ୍ୟ କଳସ ଧ୍ୱଜା ସ୍ଥାପନ କରିଥିଲେ । ମୁଖ୍ୟ କର୍ତ୍ତା ଭାବରେ ଗାଁ ଗନ୍ତିଆ ଶ୍ରୀଯୁକ୍ତ ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ବବିତା ସାହୁ ସମସ୍ତେ ପୂଜା କାର୍ଯ୍ୟ ତୁଲାଇଥିଲେ । ମୁଖ୍ୟ ପୂଜକ ଭୁବନେଶ୍ୱର ଦାଶ,ପଣ୍ଡିତ ମହାଦେବ ଦାଶ (ବ୍ରହ୍ମl) ରଜତ ପଣ୍ଡା, ତପନ ତ୍ରିପାଠୀ, ଗଣେଶ ଦାଶ, ଗୋକୁଳାନନ୍ଦ ହୋତା, ହିମାଂଶୁ ପଣ୍ଡା, ରଜନ ହୋତା, ଲିଙ୍ଗରାଜ ରଥ, ଗୋପାଳ ଦାଶ,ତପନ ତ୍ରିପାଠୀ,ସୁଦାମ ପଣ୍ଡା(ବାଚକ) l ପୂଜାରୀ ଗଙ୍ଗାଧର ଦାଶ,ବିଜୟ କୁମାର ଦାଶ, ରୁଦ୍ରମଣୀ ଦାଶ,ପ୍ରମୁଖ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋସଵ କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଯୋଗ ଦେଇ ଥିବା ବେଳେ ଗ୍ରାମବାସୀ ଓ କମିଟି ସଭ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଆଠ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଅପେରା, ଦଣ୍ତ ନୃତ୍ୟ, ଛତିଶଗଡି ନୃତ୍ୟ, ଜଳନ୍ଧର ଦରବାର, ପରାୟଣ, ବତିଶ ପ୍ରହାରୀ ନାମଯଜ୍ଞ, ଭକ୍ତ ମାନଙ୍କ ମୋନୋରଞ୍ଜନ ପାଇଁ ମିନା ଵଜାର କାର୍ଯ୍ୟକ୍ରମ ଅଛି । ପ୍ରତେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନଛତ୍ର ର ଵ୍ୟଵସ୍ଥା ହୋଇଛି ,ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ର କଳସ ଶୋଭାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଥିବାର ଦେଖିବାକୁ ମିଳିଥିଲା ।

You may have missed