March 19, 2025

ହାଟଡି଼ହି ବ୍ଲକର ପଞ୍ଚମ ଶ୍ରେଣୀ ଯୋଗ୍ୟତା ଭିତ୍ତିକ ଛାତ୍ର ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି

Share

 

 

ହାଟଡି଼ହି ତା ୧୯।୦୩ :କେନ୍ଦୁଝର ଜିଲ୍ଲା ହାଟଡି଼ହି ବ୍ଲକର ପଞ୍ଚମ ଶ୍ରେଣୀ ଯୋଗ୍ୟତା ଭିତ୍ତିକ ଛାତ୍ର ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ମତାବାଜସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ବିଶ୍ୱବୈଭବ ସ୍ୱାଇଁ ୮୪ ନଂ ରଖି ପ୍ରଥମ ଓ ପ୍ରଣୀପା ସେଠୀ ୮୧ ନଂ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ବିସ୍ଵବୈଭବର ପିତା ଶ୍ରୀଯୁକ୍ତ ବଂଶୀଧର ସ୍ୱାଇଁ ,ମା ଶ୍ରୀମତୀ ନିରୁପମା ସ୍ୱାଇଁ , ପ୍ରଣିପା ର ବାପା ଶ୍ରୀଯୁକ୍ତ ପ୍ରତାପ କୁମାର ସେଠୀ ଓ ମା ଶ୍ରୀମତୀ ନିରୁପମା ସେଠୀ, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ସେନାପତି,ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସେନାପତି, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ଆଗାମୀ ଦିନରେ ବିଦ୍ୟାଳୟରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।