February 22, 2025

ଗଞ୍ଜାମ ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟ, ପୋଲିସ ଟିମ ଚମ୍ପିୟାନ ..

Share

 

 

ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)

ଗଞ୍ଜାମ ସାମ୍ବାଦିକ ସଂଘ ପକ୍ଷରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ

ଟୋର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚ ରେ ତହସିଲ ୱାରୀୟସ କୁ ହରାଇ ପୋଲିସ ଇଲେଭେନ ଚମ୍ପିୟାନ ହୋଇଥିଲା।ଉକ୍ତ ଟୋର୍ଣ୍ଣାମେଣ୍ଟ ରେ ସାମ୍ବାଦିକ ସଂଘ,ଗଞ୍ଜାମ କଲେଜ, ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟ ହୋଇଥିଲା। ପ୍ରାରମ୍ଭ ରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ସମାରୋହରେ ଶବର କୁମାର ତରାଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା। ତହସିଲଦାର ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସାମ୍ବାଦିକ ମାନେ ଏପରି ଏକ ବନ୍ଧୁତ୍ୱପୂର୍ଣ୍ଣ ଟୋର୍ଣ୍ଣାମେଣ୍ଟ କରି ଭାଇଚାରା ସୃଷ୍ଟି ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହାକୁ ଉଚ୍ଚ ପ୍ରଶଂସା କରିବା ସହ ଚମ୍ପିୟାନ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବେ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର,ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ। ସନ୍ତୋଷ ସାହାଣି ଓ ସାମ୍ବାଦିକ ଅଖିଳ ତରାଇ ମ୍ୟାଚ ପରିଚାଳନା କରିଥିଲେ।

ଉମାକାନ୍ତ ବେହେରା, ଦୁର୍ଗାମାଧବ ପାଣିଗ୍ରାହି,ଶିବାନନ୍ଦ ପଲାଇ, ବିଦ୍ୟାଧର ସାହୁ,ରାକେଶ ରଞ୍ଜନ ଦାସ,କୃଷ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପଣ୍ଡା,ମିଥୁନ ବାରିକ,ସୁଧିର ନାହାକ,ଗୁରୁନାଥ ରେଡି,ବିଜୟଲକ୍ଷ୍ମୀ ମହାଙ୍କୁଡ଼, ସୁନିଲ ପଲାଇ,କେ.ରାଜନୀ କାନ୍ତ ରେଡି,ରାକେଶ ତରାଇ,ବିନୋଦ ଚନ୍ଦ୍ର ପଲାଇ,ବଟକୃଷ୍ଣ ରାଉଳ ପ୍ରମୁଖଙ୍କ ସହ ଅନ୍ୟ ମାନେ ଟୋର୍ଣ୍ଣାମେଣ୍ଟ ସୁ-ପରିଚାଳନା ରେ ସହଯୋଗ କରିଥିଲେ।ବେଷ୍ଟ ସିକ୍ସର ଭାବେ ରାକେଶ ରଞ୍ଜନ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।