November 23, 2024

ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ, ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କଲେ ବୁରୁମୁଣ୍ଡି ଗ୍ରାମବାସୀ

Share

 

ବ୍ରାହ୍ମଣୀଗାଁ ତା:୧୯/୦୨ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଶନିବାର ଦିନ ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଟିଙ୍ଗିଆ ପଞ୍ଚାୟତ ର ଆଡ଼ିବଙ୍ଗା ରାଜସ୍ବ ଗ୍ରାମ ର ପଡ଼ା ଗ୍ରାମ ବୁରୁମୁଣ୍ଡିରେ ପହଞ୍ଚି ସିଧାସଳଖ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ସରପଞ୍ଚ ସୁଭଦ୍ରା ପଡ୍ରା ଓ ଗ୍ରାମର ବରପୁତ୍ର ତଥା ଗୋଷ୍ଠୀ ମଙ୍ଗଳ ଅଧିକାରୀ ବୁରୁ ମାଝୀ ପଡ୍ରା ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ନିଜ ଗ୍ରାମ ବୁରୁମୁଣ୍ଡି କୁ ନିମନ୍ତ୍ରଣ କରିଥିଲେ, ଅନୁରୋଧ ରକ୍ଷାକରି ବିଧାୟକ ଶ୍ରୀ ପ୍ରଧାନ ଉକ୍ତ ଦୁର୍ଗମ ଅଞ୍ଚଳ ଗସ୍ତରେ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ ଏଵଂ ଲୋକଙ୍କ ଦାବୀ ମୁତାବକ କେତେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ , ଲୋକଙ୍କ ସମସ୍ୟା ଗୁଡ଼ିକ ମଧ୍ୟରେ ଦୀର୍ଘ ଦିନରୁ ରହି ଆସୁଥିବା ଦାବୀ ବିଶେଷ କରି ବୁରୁମୁଣ୍ଡି ଗ୍ରାମ ଟି ଆଡ଼ିବଙ୍ଗା ରାଜସ୍ବ ଗ୍ରାମର ଏକ ପଡ଼ା ଗ୍ରାମ ଭାବେ ଦୀର୍ଘ ବର୍ଷ ହେଲାରହି ଆସିଛି, ଏହିଗ୍ରାମ ରେ ୪୦ରୁ ଉର୍ଦ୍ଧ୍ବ ପରିବାର ର ୨୦୦ରୁ ଉର୍ଦ୍ଧ୍ବ ଲୋକେ ବସ ବାସ କରୁଥିବା ବେଳେ ଏହି ଗ୍ରାମରେ ଏକ ମିନି ଅଙ୍ଗନୱାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ରହିଛି ଲୋକଙ୍କ ର ନିଜସ୍ୱ ପଟ୍ଟା ଜମି, ମଶାଣି ଆଦି ରହିଛି ରାଜସ୍ୱ ଗ୍ରାମ ନିମନ୍ତେ ଆବଶ୍ୟକୀୟ ସମସ୍ତ ଯୋଗ୍ୟତା ରହିଛି ତେବେ ରାଜସ୍ୱ ଗ୍ରାମ ହୋଇ ନଥିବା ରୁ ସରକାର ଙ୍କ ବିଭିନ୍ନ ଲୋକାଭମୁଖୀ ଯୋଜନାରୁ ବାଦ୍ ପଡ଼ୁଥିବା ନେଇ ଅଭିଯୋଗ ହୋଇଛି, ଏହା ସହ ଗ୍ରାମ ରୁ ମାତ୍ର ୧୦୦ମିଟର ଦୂର ବିଲମାଳ ରେ ଏକ ସ୍ରୋତ ସୃଷ୍ଠି ହୋଇ ପ୍ରତି ବର୍ଷ ଭୂସ୍ଖଳନ ହେବାରେ ଲାଗିଛି ଫଳରେ ପ୍ରତି ବର୍ଷ ଚାଷ ଜମି ଗୁଡ଼ିକ କ୍ଷୟ ହେବାରେ ଲାଗିଛି। ଏପରି ଯଦି ଲାଗିରହେ ତେବେ ଆଗମୀ ଦିନରେ ଲୋକେ ଚାଷ ଜମି ହରାଇବାର ଭୟ ସୃଷ୍ଟି ହୋଇଛି, ବୁରୁମୁଣ୍ଡି ରୁ ତିଆରିଗାଁ ଓ ସଲବା କୁ ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ ନିମନ୍ତେ ଦାବୀ କରିଥିଲେ, ତା ସହିତ ନିଜ ଚେଷ୍ଟା ରେ ଗ୍ରାମ ରେ ଏକ ଚର୍ଚ୍ଚ ନିର୍ମାଣ କାର୍ଯ୍ୟ ଅଧୁରା ରହିଥିବା ନେଇ ବିଧାୟକ ଙ୍କୁ ଜଣାଇବା ପରେ ଉକ୍ତ ଚର୍ଚ୍ଚ ନିର୍ମାଣ ନିମନ୍ତେ ନିଜ ପାଣ୍ଠି ରୁ ପର୍ଯ୍ୟାୟ କ୍ରମେ ଅନୁଦାନ ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ରାଜସ୍ୱ ଗ୍ରାମ ରେ ଅନ୍ତର୍ଭୁକ୍ତ କରିବାକୁ ସହଯୋଗ କରିବେ ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କୁ ପର୍ଯ୍ୟାୟ କ୍ରମେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବିଧାୟକ ଙ୍କୁ ଅତି ନିକଟ ରେ ପାଇ ଗ୍ରାମବାସୀ ଓ ଆଖ ପାଖ ଅଞ୍ଚଳରୁ ଆସିଥିବା ଲୋକେ ଖୁସି ବ୍ୟକ୍ତ କରିଥିବା ବେଳେ ସେମାନଙ୍କ ଦାବୀ ସମୂହ ପୂରଣ ହେବ ବୋଲି ଆଶା ପ୍ରକଟ କରିଛନ୍ତି।
ଶେଷରେ ନରେନ୍ଦ୍ର ପଡ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ବିଧାୟକ ବ୍ରାହ୍ମଣୀଗାଁ ମୁକ୍ତେଶ୍ବର ଶିବ ମନ୍ଦିର ରେ ପହଞ୍ଚି ମନ୍ଦିର କମିଟି ଓ ଗ୍ରାମ୍ଯ ର ବୁଦ୍ଧିଜିବିଙ୍କସହ ମିସି ମନ୍ଦିର ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ ପାଇଁ ପ୍ରତି ସୃତିଦେଇଥିଲେ ବିଧାୟକଙ୍କ ଏଭଳି ନିଷ୍ପତ୍ତି କୁ ଦଳୀୟ ବରିଷ୍ଠ କର୍ମୀ ବିରଞ୍ଚି ବିଷୋୟୀ ବାବୁନିପଣ୍ଡା ଟୁକୁନା ମହାନ୍ତି ଓ ଗ୍ରାମ୍ଯ କମିଟିର ସମସ୍ତ ସଦସ୍ୟ ସାଧୁବାଦ ଯଣାଇଛନ୍ତି (କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)