March 7, 2026

ଗଜପତି ଜିଲ୍ଲାରୁ ୨୪ ଜଣ ଯାତ୍ରୀଙ୍କୁ ଧାରି ବଡ଼ଗଡ଼ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ୧୨ ଗୁରୁତର 

IMG-20260119-WA0058
Share

ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୂର ଗ୍ରାମ ଠାରୁ ଗଞ୍ଜାମ ଜିଲ୍ଲାର ବରଗଡ଼ ଗ୍ରାମକୁ ୨୪ ଜଣକୁ ଧରି ଯାଉଥିବା ଏକ ଅଟୋ ଭରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବା ଯୋଗୁଁ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି. ସମସ୍ତଙ୍କୁ ବରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଇଛି. ହେଲେ ଏହି ଘଟଣାରେ ଗୁରୁତର ଥିବା ୧୨ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଗଜପତି ଜିଲ୍ଲାର ଗୋବିନ୍ଦପୁର ଗ୍ରାମରୁ ୮ ଜଣ ପୁରୁଷ, ୫ ଜଣ ମହିଳା, ୯ ଜଣ ପିଲା ଓ ୨ ଜଣ ଶିଶୁଙ୍କୁ ଧରି ଗଞ୍ଜାମ ଜିଲ୍ଲାର ବରଗଡ଼ ଗ୍ରାମକୁ ଯାଉଥିବା ବେଳେ ଛେଦନେଇଁ ଗ୍ରାମ ନିକଟର ବୁଲାଣିଆ ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା. ଯଦ୍ୱାରା ଏହି ଦୁର୍ଘଟଣାରେ ୨୨ ଜଣ ଆହତ ହୋଇଥିଲେ. ଅଞ୍ଚଳବାସୀ ସମସ୍ତଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ.