ଫେବୃଆରୀ 4 ଆଠଗଡ ବନ୍ଦ, ଆଠଗଡ ଜିଲ୍ଲା ଆନ୍ଦୋଳନ ତୀବ୍ରତର ହେଲା, ଆଠଗଡ, ଆଠଗଡ ଜିଲ୍ଲା ଆନ୍ଦୋଳନ କୁ ତୀବ୍ରତର କରାଯାଇଛି |
ଫେବୃଆରୀ 4 ଆଠଗଡ ବନ୍ଦ, ଆଠଗଡ ଜିଲ୍ଲା ଆନ୍ଦୋଳନ ତୀବ୍ରତର ହେଲା, ଆଠଗଡ, ଆଠଗଡ ଜିଲ୍ଲା ଆନ୍ଦୋଳନ କୁ ତୀବ୍ରତର କରାଯାଇଛି | ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ରବିବାର ଦିନ ଅପରାହ୍ନ ରେ ଲଷ୍ମୀ ବଜାର ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ଫଣିଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ଆଠଗଡ ଜିଲ୍ଲା ସମ୍ପର୍କରେ ନିଜର ମତ ରଖିଥିଲେ | ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଲଲାଟେନ୍ଦୁ ସେନାପତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଆଇନୀଜୀବି କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ପ୍ରାଣକୃଷ୍ଣ ଦାଶ ଯୋଗଦେଇ କହିଲେ ଆମର ଜିଲ୍ଲାର ମାନ୍ୟତା ଦରକାର ନାହିଁ ଆଠଗଡ ଜିଲ୍ଲା ଆମର ଦାବି | ଏହି ସଭାରେ ଆଠଗଡ ସାହିତ୍ୟ ସମାଜ ସଭାପତି ସୁରେଶ ଚନ୍ଦ୍ର ପରିଡା, ପୌରାଞ୍ଚଳ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶରତ ସାମନ୍ତ, ଆଠଗଡ ବୁଦ୍ଧିଜୀବି ସଂଘ ସମ୍ପାଦକ ଗିରିଶ କୁମାର ମିଶ୍ର, ପ୍ରଭାକର ପଟ୍ଟନାୟକ,କଂଗ୍ରେସ ନେତା ସୁଦର୍ଶନ ସାହୁ, ଇଞ୍ଜିନିଅର ପ୍ରିୟବ୍ରତ ଦାସ, ଶିକ୍ଷାବିତ ପ୍ରମୋଦ ଜେନା, ଧରଣୀଧର ମହାପାତ୍ର, ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ନାୟକ, ଆଇନୀଜୀବି ମୃତୁଞ୍ଜୟ ମହାପାତ୍ର, ସଦାନନ୍ଦ ପଟ୍ଟନାୟକ, ସାମ୍ବାଦିକ ସନାତନ ରାୟ, ସତ୍ୟ ପ୍ରସାଦ ରଥ,ଯଦୁମଣି ପଟ୍ଟନାୟକ, ଭାସ୍କର ଚନ୍ଦ୍ର ମିଶ୍ର,ଆଦିବାସୀ ଦଳିତ ନେତା ବିଚିତ୍ରାନନ୍ଦ ସେଠି,ଗଣେଶ ପ୍ରସାଦ ରାଉତ, ତ୍ରିଲୋଚନ ବେହେରା, ପୂର୍ଣଚନ୍ଦ୍ର ସ୍ୱାଇଁ,ନବକିଶୋର ରାଉତ, ନଚିକେତା ପରମାଣିକ,ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଆଠଗଡ କୁ ଜିଲ୍ଲା କରିବାପାଇଁ ଦାବି କରିଥିଲେ | ଭୌଗୋଳିକ ଦୃଷ୍ଟି କୋଣରୁ ସବୁ ସୁବିଧାଥାଇ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଆଜି ଆଠଗଡ ଜିଲ୍ଲା ହେବାରୁ ବଞ୍ଚିତ ହୋଇଛି ବୋଲି ସମସ୍ତେ ମତ ରଖିଥିଲେ | ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେପି ନେତା ଅଭୟ ବାରିକ, ବ୍ରଜେନ୍ଦ୍ର ରାୟ, ରାମନାରାୟଣ ମହାନ୍ତି ପ୍ରମୁଖଙ୍କୁ ସଚେତନତା ସମାବେଶକୁ ଚିଠି ଦିଆଯାଇଥିଲେ ସୁଦ୍ଧା କୌଣସି ରାଜନୈତିକ ବ୍ୟକ୍ତି ଆଠଗଡ ଜିଲ୍ଲା ଆନ୍ଦୋଳନ ସ୍ଥଳକୁ ଆସି ନଥିଲେ | ଯାହାକୁ ନେଇ ସମସ୍ତ ଆଠଗଡିଆ ଦୁଃଖ ପ୍ରକାଶ କରିଥିଲେ | ତଥାବି ଏବେବି ସମୟ ଅଛି ରାଜନୈତିକ ବ୍ୟକ୍ତି ମାନଙ୍କୁ ଏହି ସମାବେଶ ମଞ୍ଚରୁ ସେମାନଙ୍କୁ ହାତଯୋଡ଼ି ଅନୁରୋଧ କରାଯାଇଛି ଯଦି ଆପଣ ମାନେ ଆଠଗଡ କୁ ଭଲ ପାଉଥାନ୍ତି ଏବଂ ଆଠଗଡ ପାଣି, ପବନ ପାଇ ରାଜନୀତି କରୁଛନ୍ତି ତେବେ ଆଠଗଡ ଜିଲ୍ଲା ଆନ୍ଦୋଳନ ରେ ସାମିଲ ହୁଅନ୍ତୁ | ଆସନ୍ତା ଫେବୃଆରୀ 4 ତାରିଖ ଦିନ ଆଠଗଡ ଜିଲ୍ଲା ଆନ୍ଦୋଳନ କୁ ଆଠଗଡ ବନ୍ଦ ଡାକରା ଦିଆଯାଇଛି | ଏଥିରେ ଦଳମତ ନିର୍ବିଶେଷରେ ସମସ୍ତେ ଯୋଗଦେବାକୁ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଅନୁରୋଧ କରାଯାଇଛି | ଆସନ୍ତା ସପ୍ତାହରେ ଆଠଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଭୁବନେଶ୍ୱର ରେ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଭେଟିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି |
