ଜନକଲ୍ୟାଣ ସୋସାଇଟି ରେ ଧାନମଣ୍ଡି ଉଦଘାଟନ …
ତିର୍ତ୍ତୋଲ 19/1/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ପରିସରରେ ଚଳିତ ବର୍ଷ ପାଇଁ, ଚାଷୀମାନଙ୍କ ଠାରୁ ଧାନ କ୍ରୟକରିବା ନିମନ୍ତେ, ଗତ ସୋମବାର ପୂର୍ବାହ୍ନ ରେ ଧାନମଣ୍ଡି ଉଦଘାଟନ ଅନୁଷ୍ଠିତ ହୋଇଯାଇଛି, ସମିତିର ସଭାପତି ଅଜୟ କୁମାର ରାଉଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ସଭାପତିତ୍ବ ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଆର, ଏମ, ଏସ ର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ, ଓ ମୁଖ୍ୟବକ୍ତା ରସାୟନବିତ୍ତ ଆଶୁତୋଷ ଲେଙ୍କା ଯୋଗଦେଇ, ଧାନମଣ୍ଡି ମାଧ୍ୟମରେ କିପରି ଚାଷୀଭାଇମାନେ ଉପକୃତ ହୋଇପାରିବେ, ସେ ବିଷୟରେ ତଥ୍ୟଭିତ୍ତିକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ସୋସାଇଟି ର ସମ୍ପାଦକ ପରମାନନ୍ଦ ଦାସ ନିମନ୍ତ୍ରିତ ଅତିଥି ଓ ହିତାଧିକାରୀ ମାନଙ୍କୁ ସ୍ୱାଗତ କରିଥିଲେ l ଏଥିରେ ପରଚେଜିଙ୍ଗ କମିଟି ର ସଦସ୍ୟ ଚିନ୍ତାମଣି ଦାଶ, ବରଦାପ୍ରସାଦ ମହାନ୍ତି, ତୁଷାରକାନ୍ତ ଦାସ, ନୃସିଂହ ଚରଣ ଲେଙ୍କା, ମହେଶ ଚନ୍ଦ୍ର ମହାନ୍ତି ଓ କ୍ଷୀରୋଦ ସେଠି ପ୍ରମ୍ମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଚାଷୀମାନଙ୍କ ମଧ୍ୟରେ ଧୀରେନ୍ଦ୍ର କୁମାର ସାହୁ, ସର୍ବେଶ୍ୱର ଭଟ୍ଟ, ପ୍ରିତମ ମହାନ୍ତି, ବିଭୁଦତ୍ତ ମହାନ୍ତି, ପର୍ଶୁରାମ ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଡି ଇ ଓ ଚିରଞ୍ଜିବି ରାଉଳ, କିରାଣୀ ଶୁଭକାନ୍ତ ବେହେରା, ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
