March 10, 2026

ଦେଉଳ ଗଢିଆ ନିକଟ ଖଣି ଅଞ୍ଚଳରୁ ବ୍ଲାଷ୍ଟିଂ ବାରୁଦ ଯବଦ୍..

IMG-20260119-WA0034
Share

 

 

ଖଇର ( ଦେବାଶିଷ ଦାଶ)

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଗଡ଼ ପୋଖରୀ ପଞ୍ଚାୟତର ଦେଉଳ ଗଢିଆ ନିକଟ ଖଣି ଅଞ୍ଚଳରୁ ଖଇରା ଜୁନିଅର୍ ମାଇନିଙ୍ଗ ଅଫିସର୍ ଅଭିଷେକ ବେହେରା ଅପରାହ୍ନ 3. 15ମିନିଟରେ ଏକ ବଣ୍ଡଲ ବ୍ଲାଷ୍ଟିଂ ତାର ,ଏକ ବସ୍ତା ଆନୁମାନିକ 10କେଜି ଓ ଏକ ପ୍ୟାକେଟ ମଧ୍ୟରେ 10କେଜି ବ୍ଲାଷ୍ଟିଂ ବାରୁଦ ଯବଦ୍ କରିଛନ୍ତି ।

ଦୁଃଖର ବିଷୟ କିଛିଦିନ ପୂର୍ବରୁ

ଏହି ଅଞ୍ଚଳରେ ବାରମ୍ବାର ଲୋକମାନଙ୍କର ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପାଳ, ଏସପି, ଖଣି ଅଫିସର ତହସିଲଦାର,ଆର ଆଇ ଆଦି ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ଖଣି ମାଫିଆ ମାନଙ୍କର ବ୍ଲାଷ୍ଟିଂ ଓ ଦୁର୍ନୀତି ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ ହୋଇ ଥିଲା । ମୁଖ୍ୟ ସ୍ଥାନ ମାନଙ୍କରେ ସିସିଟିଭି କ୍ୟାମେରା ଲାଗିବ ଓ ପୋଲିସର ସ୍ଵତନ୍ତ୍ର ଟିମ୍ ଜଗି ରହିବା ପାଇଁ ଜିଲ୍ଲା ପାଳ ମହୋଦୟ ତଦନ୍ତ କରିଥିଲେ। ଏସବୁ ସତ୍ତ୍ୱେ ପ୍ରତିଦିନ ରାତ୍ର ସମୟରେ ଚୋରୀ ଓ ବ୍ଲାଷ୍ଟିଂ କାର୍ଯ୍ୟ ଚାଲୁ ରହିଛି । ଦେଖାଯାଉ ଲୋକ ମାନଙ୍କର ଏ ବିଷୟରେ ଜିଲ୍ଲା ପ୍ରଶାସନ ଓ ସରକାର କେବେ ପଦକ୍ଷେପ ନେବେ ତାହା ସମୟ କହିବ।