ଆଜିର ଖବର..
୧-ଆଜିଠୁ କମିବ ଶୀତ, ଆସୁଛି ଯୋଡ଼ା ପଶ୍ଚିମା ଝଡ଼।ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା ।
୨-ସାବଧାନ! ଓଡ଼ିଶାରେ ମାଳମାଳ ଫେକ୍ ପଲ୍ୟୁସନ ସେଣ୍ଟର: ୭୨ ଜଣଙ୍କ ବିରୋଧରେ ଆକ୍ସନ, ୪୨ରୁ ଅଧିକ ସେଣ୍ଟରର ଲାଇସେନ୍ସ ରଦ୍ଦ।
୩-ଭୁବନେଶ୍ୱର: ଆସନ୍ତା ୨୨ତାରିଖରେ ମିଳିବ ସୁଭଦ୍ରା ଟଙ୍କା।ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳା ସାମିଲ।
୪-କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
୫-ଯାତ୍ରୀ ହେବେ ନାକେଦମ୍: ଆଜିଠୁ ପାରାଦୀପରେ ଗଡ଼ିବନି ଘରୋଇ ବସ୍।’ମୁଖ୍ୟମନ୍ତ୍ରୀ ବସ୍ ସେବା’ ର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ବିବାଦ।
୬-ପୁରୀ:ନୂଆବର୍ଷ ଯାଇ ଜାନୁଆରୀ ଅଧା ହେଲାଣି। ଶ୍ରୀମନ୍ଦିରରେ ଥମୁନି ଅସମ୍ଭାଳ ଭିଡ଼। ରବିବାର ବି ଜିଗଜାଗ୍ ବ୍ୟାରିକେଡ୍ ଫୁଲ୍। ଦ୍ୱାରଫିଟାଠୁ ପହୁଡ଼ ଯାଏଁ ନୀତି ବିଳମ୍ବ। କଲବଲ ହେଉଛନ୍ତି ଭକ୍ତ, ବିଭ୍ରାଟକାରୀଙ୍କ ବିରୋଧରେ ଆକ୍ସନ ଦାବି।
୭-ଚିଲିକାରେ ବଢ଼ିଲା ପକ୍ଷୀ ସଂଖ୍ୟା, ଏଥର ଆସିଛନ୍ତି ୪ ହଜାରରୁ ଅଧିକ ବିଦେଶୀ ପକ୍ଷୀ।
୮-ମହାନଦୀ ଉପରେ ରୋକା ଯାଇ ପାରୁନି ଛତିଶଗଡ଼ର ଏକଚାଟିଆ କାରବାର, ଓଡ଼ିଶାର ୫ ଟି ବଡ଼ ପ୍ରକଳ୍ପ ବାତିଲ।
୯-ରାଜଧାନୀରେ ଧରାପଡିଲେ ବିଲେଇ ଗ୍ୟାଙ୍ଗ, ୮ଟି ଏସି କମ୍ପ୍ରେସର ଓ ଗାଡି ଜବତ।ଏସିର ଆଉଟ ଡୋର୍ କମ୍ପ୍ରେସରକୁ ଚୋରି କରି ଛୁ ମାରୁଥିଲେ।
୧୦-ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।କଟକରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ।
୧୧-ରାଉରକେଲା ପ୍ଲେନ୍ କ୍ରାସ୍ ଘଟଣା; ମୃତ ପାଇଲଟଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରୀ।
୧୨-ବିଜେଡିର ଅଭିଯୋଗ ସଂପୂର୍ଣ୍ଣ ମିଛ, ନବୀନଙ୍କ ସହ କଥା ହୋଇ ଉତ୍ତର ରଖିବି: ଅରବିନ୍ଦ ମହାପାତ୍ର।
୧୩-ବାଳକାଟି:ବଜାର ଭିତରେ ମଦ୍ୟପ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ। ଦ୍ରୁତଗତିରେ ଆସି ବଜାର ଭିତରେ ସିଧା ପଶେଇଦେଲେ କାର୍ । ୭ ବାଇକ ଭାଙ୍ଗିବା ସହ ଦୋକାନ କ୍ଷତିଗ୍ରସ୍ତ, ଉପୁଜିଥିଲା ଉତ୍ତେଜନା।
୧୪-ଗଞ୍ଜାମରେ ED ର ମେଗା ରେଡ୍,ବେଆଇନ ଖଣି ମାଫିଆଙ୍କ ଠାରୁ ୨. ୨.୬୩ କୋଟି ଟଙ୍କା ଜବତ।
୧୫- ତ୍ରିଶୂଳିଆ:ଜମିଜମା ବିବାଦକୁ କେନ୍ଦ୍ରକରି କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି,୮ ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ।
୧୬-କଟକ, ଖଲର୍ଦ୍ଦା ହାତୀଗଡ଼ ଅଞ୍ଚଳ:ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ,ଜଣଙ୍କର ମୃତ୍ୟୁ, ଉଡ଼ିଗଲା ଆଜବେଷ୍ଟସ୍ ଛାତ।
୧୭-ନୂଆ ବର୍ଷରେ ସିରିଜ ପରାଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଭାରତକୁ ପରାସ୍ତ କରିଛି।
୧୮-ଝାଡ଼ଖଣ୍ଡ,ମହୁଆଡାଣ୍ଡ ଥାନା ଅଞ୍ଚଳ:ଘାଟିରେ ଓଲଟିଲା ବସ୍, ଚାପି ହୋଇ ୫ ଜଣ ମୃତ୍ୟୁ।
୧୯-ଟ୍ରମ୍ପଙ୍କ ଜବରଦସ୍ତି ବରଦାସ୍ତ ହେବନି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା।
୨୦-କାମଦେଲା ଇରାନ ସରକାରଙ୍କ ଚେତାବନୀ : ମୃତ୍ୟୁଦଣ୍ଡ ଧମକ ପରେ ଥମିଛି ବିକ୍ଷୋଭ।
