May 20, 2025

ଜ଼ିଲ୍ଲା ସ୍ତରୀୟ ତିନିଦିନିଆ ଜୁନିୟର ରେଡକ୍ରସ କ୍ୟାମ୍ପ ର ଉଦଘାଟନ

Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ରେ ରବିବାର ଦିନ ଜ଼ିଲ୍ଲା ସ୍ତିରୀୟ ଯେ,ଆର,ସି, କ୍ୟାମ୍ପ ଶୁଭ ଉଦଘାଟନ ହେଇଯାଇଛି l ଉକ୍ତ କ୍ୟାମ୍ପ ରେ କୋରାପୁଟ ଜ଼ିଲ୍ଲା ର

ବିଦ୍ୟଲୟ ର ଯେ, ଆର,ସି, ଛାତ୍ର ଛାତ୍ରୀ ନିଜ ନିଜ ପ୍ରସିକ୍ଷକ ଶିକ୍ଷକ ମାନଙ୍କୁ ନେଇ ପଞ୍ଜିକୃତ କରିଥିବା ବେଳେ ତିନି ଦିନ ଧରି ତାଲିମ ନେବେ,ପ୍ରଥମ ଦିନରେ ଉଦଘାଟନ ସମାରୋହରେ ସ୍ଥାନୀୟ ବିଧାୟକ ରୂପୁ ଭୋତରା ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅଥିତି ରୂପେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜ଼ିଲ୍ଲା ସମ୍ଫାଦକ ଜୁନିୟର ରେଡକ୍ରସ ଅଧିକାରୀ ଭୀମ ବେହେରା, ଯୁଗ୍ମ ସହ ସମ୍ଫାଦକ ହରେ କୃଷ୍ଟ ମହାରଣା, ଯୋଗଦେଇଥିଲେ l ଏଥିରେ ଜ଼ିଲ୍ଲା ର 14 ଗୋଟି ବ୍ଲକ ରୁ 167 ବିଦ୍ୟାଳୟ ର ଯେ, ଆର, ସି, ଟିମ ଯୋଗ ଦେଇଥିବା ବେଳେ 573 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି, ସେଭଳି 167 ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିବା ଜଣାପଡିଛି l ପ୍ରଥମ ଦିନରେ ଦୁଇ ଗୋଟି ବିଷୟ ଜୁନିୟର ରେଡ କ୍ରାସ ସମନ୍ଦେ, ଓ ଏଚ, ଆଇ, ଭି, ଉପରେ ତାଲିମ ଦିଆଯାଇଥିଲା ଏବଂ ଚିତ୍ରାଆଙ୍କନ, ପ୍ରଵନ୍ଦ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ମାନୁଙ୍କୁ ତାଲିମ ଦିଆଯିବ ବୋଲି ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମ କୁ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ. ସନ୍ଦୀପ ପଟ୍ଟନାୟକ. କ୍ରୀଡା ଶିକ୍ଷକ ପ୍ରଦୀପ ଗୌଡ଼. ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରୁଥିବା ବେଳେ ସମସ୍ତ ଙ୍କୁ କେମ୍ପ ରେ ରହଣି ବ୍ୟବସ୍ଥା କରାଯାଇଛି lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା