ଗ୍ରାମକୁ ପ୍ରଥମ ଥର ମନ୍ତ୍ରୀ ଯାଇଥିବାରୁ ମନ୍ତ୍ରୀଙ୍କୁ ବିପୁଳ ସମ୍ବୋର୍ଦ୍ଧନା
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମହସା ବ୍ରହ୍ମପୁର ର କଥା ଓଡିଶା ବିଧାନସଭା ଆରମ୍ଭ ହେଲାଠାରୁ କୌଣସି ମନ୍ତ୍ରୀଙ୍କ ପାଦ ପଡ଼ିନଥିଲା ଏହି ଗ୍ରାମରେ କିନ୍ତୁ ବ୍ରହ୍ମଗିରି କୃଷ୍ଣପ୍ରସାଦ ର ଭାରତୀୟ ଜନତା ପାର୍ଟି ର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସୁକନ୍ୟା ଉପାସନା ମହାପାତ୍ର ବିଧାୟିକା ହେଲାପରେ ପ୍ରଥମ ଥର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ମହସା ବ୍ରହ୍ମପୁର ଗ୍ରାମକୁ ନେଇଯାଇଥିଲେ l ବିଧାନସଭା ଆରମ୍ଭ ହେବାଠାରୁ କୌଣସି ମନ୍ତ୍ରୀ ଏହି ଗ୍ରାମରେ ପାଦ ରଖିନଥିଲେ କିନ୍ତୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ବିଧାୟିକା ଉପାସନା ମହାପାତ୍ର ସାଙ୍ଗରେ ନେଇ ଘାଟରେ ପହଞ୍ଚିବା କ୍ଷଣି ଗ୍ରାମବାସୀ ଙ୍କ ତରଫରୁ ବାଜା ବାଣ ସହିତ ବିପୁଳ ସମ୍ବୋର୍ଦ୍ଧନା ରେ ମନ୍ତ୍ରୀ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ କୁ ନିଆଯାଇଥିଲା l ମନ୍ତ୍ରୀ ଗ୍ରାମବାସୀଙ୍କ ଏଭଳି ସ୍ୱାଗତ କୁ ବାରମ୍ବାର ପ୍ରଶଂସା କରିବା ସହିତ ଉପାସନା ଙ୍କୁ ଧନ୍ୟବାଦ ଦେବାସହିତ ଚିଲିକା ମଝିରେ ଥିବା ଏହି ଗ୍ରାମବାସୀ ଙ୍କ ଅସୁବିଧା କୁ ବାରମ୍ବାର ପରଖିଥିଲେ l ଆଗକୁ ଜିଭଳି ଏହି ଗ୍ରାମବାସୀ ସମସ୍ତ ସରକାରୀ ସୁବିଧା ପାଇବେ ବିଧାୟିକା ଙ୍କ ସହିତ ଆଲୋଚନା କରିଥିଲେ l ପରେପରେ ରାସନ କାର୍ଡ ବଣ୍ଟନ କରି ନିଜ ପରିବାର ସହିତ ରାଜହଂସ ରେ ପ୍ରକୃତି ର କୋମଳ ସ୍ପର୍ଶ ର ଅନୁଭୂତି ପାଇଁ ପରିଭ୍ରମରେ ଯାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
