କୁଜେନ୍ଦ୍ରୀରେ ଧାନମଣ୍ଡି ଉଦଘାଟିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀଠାରେ ବୁଧବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଣ୍ଡିକୁ ଉଦଘାଟନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ରାମନାଗୁଡା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ,ଲ୍ଯାମ୍ପସ ସଭାପତି ଗଣପତି ନିମାଲା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଶ୍ରୀ ପ୍ରାଣୀଗ୍ରାହୀ ଉପସ୍ଥିତ ଚାଷୀଙ୍କୁ ଧାନର ଭଲ ଭାବେ ସଫା କରି ଓ ଭଲ ଭାବେ ଶୁଣାଇବା ପରେ ମୁଣ୍ଡିକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ।ସେହିପରି ଗୁମୁଡା ଠାରେ ମଧ୍ୟ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗଦେଇ ଗୁମୁଡା ଧାନମଣ୍ଡିକୁ ଉଦଘାଟନ କରିଥିଲେ। ଏଥିରେ ସରପଞ୍ଚ ରିତୁପ୍ରଭା ଗମାଙ୍ଗ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଧାନ ସଂଗ୍ରହ ନିମନ୍ତେ ଆଜି ସୁଦ୍ଧା ଜଣେ ବି ମିଲର ଚୁକ୍ତି କରିନଥିବା ଜଣାପଡିଛି।ଯାହାକୁ ନେଇ ଚାଷୀଙ୍କୁ ମଧ୍ୟରେ ଚଳିତବର୍ଷ କିପରି ଭାବେ ଧାନକ୍ରୟ ହେବା ନେଇ ଦ୍ଵନ୍ଦ ସହ ଅସନ୍ତୋଷ ଦେଖାଦେଇଛି
ରିପୋର୍ଟ ସଞ୍ଜୀବ କୁମାର ଦାଶ