April 20, 2025

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପ୍ରଥମ ଓଡିଶା ଆନ୍ତଃ ତୃଣମୂଳସ୍ତରୀୟ ଭରୋତ୍ତଳନ ପ୍ରତିଯୋଗିତା……

Share

 

ନବରଙ୍ଗପୁର;-(ଏମ୍.ଦିନା°ଶୁ ଆଚାରୀ) 14ବର୍ଷରୁ କମ ପ୍ରଥମ ଓଡିଶା ଆନ୍ତଃ ତୃଣମୂଳସ୍ତରୀୟ ଭରୋତ୍ତଳନ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ କଲିଙ୍ଗ ଷ୍ଟାଡିଅମ ଚଳିତ ମାସ ୧୪ ଓ ୧୫ତାରିଖରେ ଆୟୋଜନ କରାଯାଇଥିଲା!ଏହି ପ୍ରତିଯୋଗିତାରେ ସମଗ୍ର ଓଡିଶା ର ୩୦ଗୋଟି ଜିଲ୍ଲା ରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ରୁ ଯାଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୭ଜଣ ମେଘା ପଟନାୟକ, ମଞ୍ଜିତା କଲାର, ଶୁଭମ ମଣ୍ଡଲ, ପୁର୍ଣ ଚନ୍ଦ୍ର ଭତରା, ଲକ୍ଷ୍ମୀପ୍ରିୟା ନାୟକ, ସ୍ୱସ୍ତିକ ଖଲିଆ, ଜୟନ୍ତୀ ରାଠୋର ଗୋଲଡ଼, ୨ଜଣ ସାଲୋମି ବାଘ, ହରପ୍ରିୟା ନାୟକ ସିଲଭର ଓ ୩ଜଣ ମନୀଷା କଲାର, ଦୀପକ ସାନ୍ତା, ଶଙ୍କର ସାନ୍ତା ବ୍ରୋଞ୍ଜ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ତଥା ଉମରକୋଟ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଥିଲେ। ବେଷ୍ଟ ଲିଫ୍ଟର ଭାବେ ମଞ୍ଜିତା କଲାର ଓ ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ ପୁରସ୍କୃତ କରାଯାଇଥିଲା। ଏତତ ବ୍ୟତୀତ ଉକ୍ତ ଷ୍ଟାଡିଅମ ରେ ମଞ୍ଜିତା କଲାର ଓଡିଶା ର ସର୍ବଶ୍ରେଷ୍ଠ ଭାର ଉତ୍ତୋଳନ ମହିଳା ଭାବେ ପୁରସ୍କୃତ ହୋଇଥିବାବେଳେ ଉମରକୋଟ ର ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ଚାମ୍ପିୟାନ ଟ୍ରଫି ହାତେଇବାରେ ସଫଳ ହୋଇଥିଲା।