March 12, 2026

ଯୁବରେଡକ୍ରସ ପରିଚୟାତ୍ମକ ସଭାରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ନଶାମୁକ୍ତଭାରତ ଅଭିଯାନ ପାଳିତ

IMG-20251118-WA0040
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ କଲେଜ ସ୍ଥିତ ଯୁବରେଡକ୍ରସ ତରଫରୁ ପରିଚୟାତ୍ମକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତି ,ମୁଖ୍ୟ ଅତିଥି ଯୁବରେଡକ୍ରସ ଜିଲ୍ଲା ସଂଯୋଜକ ବରଗଡର ପ୍ରଫେସର ପରମାନନ୍ଦ ରଥ,॥ ତାଲିମ୍ ଦାତ୍ରୀ ଭାବରେ ସରସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ରାଜଶ୍ରୀ ମିଶ୍ର , ମହାବିଦ୍ୟାଳୟର ଯୁବରେଡକ୍ରସ ଅଧିକାରୀ ଅଧ୍ୟାପିକା କାଦମ୍ବିନୀ ଗୁରୁ, ଅଧ୍ୟାପିକା ବୀଣା ମେହେର, ଅଧ୍ୟାପକ ସୁନୀଳ ପ୍ରଧାନ ମଂଚାସୀନ ରହି ସଂପ୍ରତି ଯୁବଶକ୍ତିର ବିକାଶ ଓ ପ୍ରତିକୂଳ ପରିସ୍ଥିତିରେ ଯୁବରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରାଥମିକ ଚିକିତ୍ସା ଉପରେ ଏକ ତାଲିମ୍ ପ୍ରଦାନ କରାଯିବା ସହ ସାଂପ୍ରତିକ ସମାଜରେ ଯୁବପିଢି କିପରି ନିଶା କବଳରେ ଛନ୍ଦି ହୋଇ ଅପରାଧଜନକ କାର୍ଯ୍ୟରେ ଲିପ୍ତ ରହି ଅମୂଲ୍ୟ ଜୀବନକୁ ନଷ୍ଟ କରି ଦେଉଅଛନ୍ତି ସେଥିରୁ ନିବୃତ ରହିବା ପାଇଁ ନଶାମୁକ୍ତ ଭାରତ୍ ଅଭିଯାନ ଉପରେ ବିଶଦ ଆଲୋଚନା ହୋଇଥିଲା । ଶେଷରେ ଅଧ୍ୟାପିକା ବୀଣା ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସମସ୍ତ କର୍ମକର୍ତ୍ତା, ସ୍ବେଚ୍ଛାସେବୀ , ଛାତ୍ରଛାତ୍ରୀ ଯୋଗଦେଇଥିଲେ।