ଜିଲ୍ଲାପାଳ ପୁରୀ ଙ୍କ ମିଳିତ ଜନ ଶୁଣାଣି..
ଅସ୍ତରଙ୍ଗ–ସୋମବାର ଦିନ ,ପୁରୀ ଜିଲ୍ଲା ପାଳ ଙ୍କ ତରଫରୁ ମିଳିତ ଜନ ଶୁଣାଣି ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଜନ ଶୁଣାଣି ଶିବିର ର ରେ ଶିକ୍ଷ୍ୟା , ସ୍ୱାସ୍ଥ୍ୟ,ପାନୀୟ ଜଳ, ବନ ବିଭାଗ,ଯୋଗାଣ ବିଭାଗ, ବ୍ଲକ ଅଞ୍ଚଳ ର ବିଭିନ୍ନ କାର୍ଯ୍ୟ ,ଆଦି ଙ୍କୁ ମିଶାଇ ୧୮୦ ଟି ଅଭିଯୋଗ ପଞ୍ଜୀକୃତ ହୋଇ ଥିଲା ଏବଂ ଅଭିଯୋଗ ଗୁଡ଼ିକ ଉପରେ ଶୀଘ୍ର ତଦନ୍ତ କରି,ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆ ଯାଇ ଅଛି । ଅସ୍ତରଙ୍ଗ ପଶୁ ସମ୍ପଦ ବିଭାଗ ତରଫରୁ ଆବଶ୍ୟକୀୟ ଔଷଧ ମିଳୁ ନାହିଁ ,ସବୁ ଔଷଧ ବାହାର ମେଡ଼ିସିନ ଦୋକାନରୁ ମିଳୁଛି ବୋଲି ଅଭିଯୋଗ ମିଳିଥିଲା । ଆଉ ମଧ୍ୟ,ଅତୀତରେ ହୋଇଥିବା ଅଭିଯୋଗ ପ୍ରକୋଷ୍ଠ ରେ ଜନ ସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ,ଆଜି ପର୍ଯ୍ୟନ୍ତ ସେମାନଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଦାୟୀତ୍ଵ ରେ ଥିବା ଅଧିକାରୀ ମାନେ,କିଛି ସୁଫଳ ଦେଇ ପାରି ନ ଥିବା ବହୁ ଲୋକ ଅଭିଯୋଗ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ର ଉର୍ଣ୍ୟ ୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଠି,ଅଭିଯୋଗ ପ୍ରକୋଷ୍ଟ ଅଧିକାରୀ ଆଶୁତୋଷ ଦେ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ସି ଡି ଏମ୍ ବିରଜା ଶଙ୍କର ରଥ,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ,ବି ଡି ଓ ସସ୍ମିତା ବେହେରା,ତହସିଲଦାର,ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ଅତିରିକ୍ତ ବିଡିଓ ଯୋଗେନ୍ଦ୍ର ମହାକୁଡ,ଡକ୍ଟର,ସଞ୍ଜୟ ପ୍ରଧାନ,ଯନ୍ତ୍ରୀ ତପନ କୁମାର ନାୟକ, ଅସ୍ତରଙ୍ଗ ଥାନା , ମେରାଇନ ଥାନା ଅଧିକାରୀ, ଅଗ୍ନିଶ୍ରମ ବାସିନୀ ଙ୍କ ସମେତ ସମସ୍ତ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣିରେ ଭାଗ ନେଇଥିଲେ ।