July 6, 2024

ଗଜପତି ଜିଲ୍ଲାରେ ଥିବା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ମେଗା ଋଣ ମେଳା ଅନୁଷ୍ଠିତ 

Share

ଗଜପତି ଜିଲ୍ଲାରେ ଥିବା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ମେଗା ଋଣ ମେଳା ଅନୁଷ୍ଠିତ

 

ପାରଳାଖେମୁଣ୍ଡି:୧୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)

୭୦ତମ ସମବାୟ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲାରେ ଥିବା ସମସ୍ତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ ଫଙ୍କସନ ହଲ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କର ସଭାପତି ଶିବରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ସହକାରୀ ନିବନ୍ଧକ ହରିହର ସେଠ୍, କାଶୀନଗର ଜୋନର ନିର୍ଦ୍ଦେଶକ କେ. କିରଣ କୁମାର, ପାରଳାଖେମୁଣ୍ଡି ଜୋନର ନିର୍ଦ୍ଦେଶକ ବି.ଧନଞ୍ଜୟଲୁ, ଗାରବନ୍ଧ ଜୋନର ନିର୍ଦ୍ଦେଶକ ପି.ଦିଲ୍ଲେଶ୍ବର ରାଓ, ବ୍ରହ୍ମପୁର ଓଏସସିବି ନିର୍ଦ୍ଦେଶକ ବିଷ୍ଣୁପ୍ରିୟା ନାୟକ, କୁରି ଦାସ, ପ୍ରଶାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାର ଚାରି ଗୋଟି ବିସିସି ବ୍ୟାଙ୍କ ଯଥା ପାରଳାଖେମୁଣ୍ଡି, କାଶୀନଗର, ଆର୍.ଉଦୟଗିରି ଏବଂ ଗାରବନ୍ଧ ଶାଖା ପକ୍ଷରୁ କୃଷକ ଏବଂ ମହିଳା ଗ୍ରୁପ୍ ମାନଙ୍କ ଶସକ୍ତିକରଣ ନିମନ୍ତେ ବିଭିନ୍ନ ସେକ୍ଟରକୁ ଅଗ୍ରାଧିକାର ଦିଆଯାଇ ଋଣ ପ୍ରଦାନ କରାଯାଇଛି । ଦଶ ଗୋଟି ଏସ୍ଏଚଜି ମହିଳା ଗ୍ରୁପକୁ ୨୬ଲକ୍ଷ ୫୯ହଜାର ଟଙ୍କା, ଦୁଇ ଗୋଟି ଜେଏଲଜିକୁ ୨ଲକ୍ଷ ଟଙ୍କା, ଚାରି ଗୋଟି ମୋ ଘର ଯୋଜନାରେ ୧୨ଲକ୍ଷ ଟଙ୍କା, ନଅ ଗୋଟି ବଳରାମ ଯୋଜନାରେ ୭ଲକ୍ଷ ୫୦ହଜାର ଟଙ୍କା, ଛଅ ଗୋଟି ମିଶନ ଶକ୍ତି ସ୍କୁଟି ଯୋଜନାରେ ୫ଲକ୍ଷ ୯୬ ହଜାର ୭୧୨ ଟଙ୍କା, ନଅ ଗୋଟି ସ୍ବରୋଜଗାର କ୍ରେଡିଟ୍ କାର୍ଡ ୨ଲକ୍ଷ ୨୫ହଜାର ଟଙ୍କା ଏବଂ ରବି ଚାଷ ନିମନ୍ତେ ୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥିମାନେ ଚେକ୍ ଓ ସ୍କୁଟି ଚାବି ପ୍ରଦାନ କରିଥିଲେ । ଏନେଇ ବିସିସି ବ୍ୟାଙ୍କ ସଭାପତି ଶ୍ରୀ ପାତ୍ର କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ସଫଳ ରୂପାୟନ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରାଯାଇଛି । ଯାହାକି ଗଞ୍ଜାମ ଓ ଗଜପତି ଜିଲ୍ଲାର ବିକାଶ ଦିଗରେ ପ୍ରମୁଖ ଭୁମୀକା ଗ୍ରହଣ କରିବ । ଏପରି ଅତି କମ୍ ସୁଧ ଦରରେ ଋଣ ନେଇ ହିତାଧିକାରୀମାନେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ପନ୍ଥା ଦେଖାଇପାରିବେ ଏବଂ ଏହା ନିଶ୍ଚିତ ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସହାୟକ ହେବ । ଏହି ଅବସରରେ ଜିଲ୍ଲାରେ ନୂତନ ଭାବେ ୫୦ ଗୋଟି ଲ୍ୟାମ୍ପସ୍ କୁ ଉଦ୍ଘାଟନ କରଯାଇଥିଲା । ସେହିପରି ବ୍ୟାଙ୍କ କାରବାରରେ ଉତ୍କୃଷ୍ଟ ସେବା ଯୋଗାଇଥିବା କର୍ମଚାରୀ ତଥା ପ୍ୟାକ୍ସ ଓ ଲ୍ୟାମ୍ପ୍ସର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକମକୁ ଜିଲ୍ଲାର ସମସ୍ତ ଚାରି ଗୋଟି ବିସିସି ବ୍ୟାଙ୍କର ଶାଖା ପରିଚାଳକ ମାନେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ବିନୋଦ କୁମାର ନନ୍ଦ କରିଥିବା ବେଳେ ସଂଯୋଜନା କରିଥିଲେ ସୁଜିତ ପାଣିଗ୍ରାହୀ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ର କର୍ମଚାରୀମାନଙ୍କ ସହ ହିତାଧିକାରୀମାନେ ଉପସ୍ଥିତ ଥିଲେ ।

You may have missed