October 5, 2024
Share

*╭─────────────────────╮*
*🌄ସକାଳର ଖବର, ୧୭-ନଭେମ୍ବର-୨୦୨୩, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ତିନି ଦିନ ଧରି ଚାଲିଥିବା ପିଲାଙ୍କ ସୁରଭି ମହୋତ୍ସବ ଉଦ୍‌ଯାପିତ , ରାଜ୍ୟସ୍ତରରେ ପ୍ରଥମ ପାଞ୍ଚଜଣକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଆଜି ଅପରାହ୍ନରେ ଉଦ୍‌ଘାଟନ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍‌ୱେ l ଉଦ୍‌ଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ l

➡️୩-ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି l ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ l

➡️୪-ପୁଣି ଏକ ଖୁସି ଖବର, ଆସନ୍ତା ୨୫ ତାରିଖରୁ ରାୟଗଡା ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ l ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୨୯୮ ବସ ରହଣି ସ୍ଥଳ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଶୁଭାରମ୍ଭ ହେବ l

➡️୫-ବାଂଲାଦେଶ ମୁହାଁ ବାତ୍ୟା ‘ମିଧିଲି’ l ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ କାଲି ଛୁଇଁବ ସ୍ଥଳଭାଗ ଓଡିଶା ଉପରେ ପଡିବନି ବିଶେଷ ପ୍ରଭାବ ।

➡️୬-ଭି. କେ. ପାଣ୍ଡିଆନଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନରେ ସମ୍ମାନୀତ କଲା ନିଖିଳ ଓଡ଼ିଶା ପାଇକ ମହାସଂଘ l

➡️୭-ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଗଠନ ହେଲା ଏସଟିଏଫ, ନିୟମ କଡ଼ାକଡ଼ି ପାଳନ ଉପରେ ରଖିବେ ନଜର l ସେପଟେ ଦିଲ୍ଲୀରେ ପାର୍କିଂ ଫି ହେଲା ଦୁଇ ଗୁଣା, ପ୍ରଦୂଷଣକୁ ଦୃଷ୍ଟିରେ ରଖି NDMCର ପଦକ୍ଷେପ l

➡️୮-ଫିଲ୍ମ ହିରୋ ଭଳି ଚେହେରା, ହେଲେ ଡାକ୍ତର ଭଳି ସମ୍ମାନଜନକ ପେଷା l ଡ୍ରଗ୍ସ ବିକୁଥିଲେ ଦାନ୍ତ ଡାକ୍ତର l ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଯାଜପୁର ପୋଲିସ l

➡️୯-ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ହେଲା ଆଲୋଚନା l ପାଇପ୍ ଯୋଗେ ଉତ୍ତରାଖଣ୍ଡରେ ଫସି ରହିଥିବା ଶ୍ରମିକ ବାହାରିବେ ।

➡️୧୦-ଟାଇଗର-୩ର ସଫଳତା ପରେ ବଲିଉଡ୍‌ରେ ଇତିହାସ ରଚିଲେ ସଲମାନ ଖାନ୍ l ଟାଇଗର-୩ ସଲମାନ ଖାନ୍‌ଙ୍କ ୧୭ ତମ ଫିଲ୍ମ ଭାବରେ ୧୦୦ କୋଟି କ୍ଲବ୍‌ରେ ହେଲା ସାମିଲ୍ l

➡️୧୧-କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା l

➡️୧୨-ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବଡ ସଫଳତା । ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫା ହସ୍ପିଟାଲ ଭିତରେ ଖୋଜି ବାହାର କଲା ହମାସର ବିଶାଳ ଆଡ୍ଡା l

➡️୧୩-ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ସମସ୍ତ ୨୩୦ ଆସନ ଉପରେ ହେବ ମତଦାନ l ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିବ ।

➡️୧୪-କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌। ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ନିର୍ବାଚନ ପାଇଁ ମତଦାନ ହେବ।

➡️୧୫-ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ ଦେଲା ବ୍ରିଟେନ l

➡️୧୬-ତୁର୍କୀର ଏକ ହୋଟେଲ୍ ରୁମ୍‌ରେ ୨୬ ବର୍ଷୀୟ ସ୍ତ୍ରୀଙ୍କୁ ‘ସ୍କୃଡ୍ରାଇଭର’ଦ୍ୱାରା ୪୧ଥର ଭୁସି ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ରିଟିସ୍ ପର୍ଯ୍ୟଟକ ହେଲେ ଗିରଫ l

➡️୧୭-ବିଶ୍ୱକପ୍‌ରେ ରୋମାଞ୍ଜକର ସେମିଫାଇନାଲ୍ ମ୍ୟାଚ ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ୮ମ ଥର ପାଇଁ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ l ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ।

➡️୧୮-ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ l

➡️୧୯-ନଭେମ୍ବର ୧୯ ବିଶ୍ୱକପ ଫାଇନାଲ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ l

➡️୨୦-୨୦ ବର୍ଷ ପରେ ପତ୍ନୀ ସାକ୍ଷୀଙ୍କ ସହ ପୈତୃକ ଗାଁ ଲୱାଲିରେ ପହଞ୍ଚି ବଡ଼ ମାନଙ୍କଠାରୁ ଆଶୀର୍ବାଦ ନେଲେ ମହେନ୍ଦ୍ର ସିଂ ଧୋନି l