June 29, 2024

ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ୍-୨୦୨୩

Share

ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ୍-୨୦୨୩
ବୁଗୁଡ଼ା : ତା ୧୮/୧୦/୨୩ : ସ୍ଥାନୀୟ ବୁଦ୍ଧଗିରି ବିଦ୍ୟାପୀଠ ପରିସରରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ଓ ଓଡିଶା ମିଲେଟସ୍-୨୦୨୩” ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବୁଦ୍ଧଗିରି ବିଦ୍ୟାପୀଠ ସଭାପତି ଦିବ୍ଯ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ । ଏ ଅବସରରେ ୧୧ଟି କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା , ପ୍ରବନ୍ଧ , କୁଇଜ୍ , ଚିତ୍ରକଳା , ନୃତ୍ୟ, ସୃଜନଶୀଳତା ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯିବା ସହ ସେମାନଙ୍କ ମଧ୍ୟରୁ ଆସନ୍ତା ନଭେମ୍ବର ୩ ତାରିଖ ଦିନ ଛତ୍ରପୁରରେ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସନ୍ତୋଷ କୁମାର ଜେନା , ମୁଖ୍ୟ ବକ୍ତା ଭାବେ ତହସିଲଦାର ତାପସ ରାଉତ , ସମ୍ମାନିତ ଅତିଥି ଭାବେ ପୋଲିସ୍ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ ଓ ବୁଦ୍ଧଗିରି ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଭୁ ସୁନ୍ଦର ସାହୁ ପ୍ରମୁଖ ଯୋଗ ଦେଇ ଆୟୋଜିତ ପ୍ରତିଯୋଗିତା ଗୁଡିକର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ । ଉକ୍ତ ମହୋତ୍ସବକୁ ଏବିଇଓ ଅମିତା କୁମାରୀ ପାଢୀ ଓ ସିମାଞ୍ଚଳ ସେଠୀ ପରିଚାଳନା କରିଥିବା ବେଳେ ବିଭିନ୍ନ କ୍ଲଷ୍ଟରର ସିଆରସିସି ,ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।