June 29, 2024

ବ୍ଲକ ସ୍ତରୀୟ ସୁରଭି ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ବ୍ଲକ ସ୍ତରୀୟ ସୁରଭି ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣପୁର ତା:-(ସୁରେନ୍ଦ୍ର ମହାନ୍ତି )୧୮-୧୦-୨୦୨୩ରିଖ, ଗୁଣପୁର ବ୍ଲକ ସ୍ତରୀୟ ସୁରଭି ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରଙ୍କନ, କୁଇଜ, ବକ୍ତୃତା, ସଙ୍ଗୀତ, ସୃଜନଶୀଳ ଲିଖନ, ମଧ୍ୟାହ୍ନ ଭୋଜନ ଆର୍ଟ, ମିଲେଟ କୁଇଜ ଓ ନୃତ୍ୟ ଆଦିର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ ସ୍ୱୟଂ ସମ୍ପୂର୍ଣ୍ଣା ରାଉତ, ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଅଧ୍ୟକ୍ଷ ମନୋଜ ଗମାଙ୍ଗ, ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବରିହା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ କହିଥିଲେ ଯେ, ବର୍ଷକର ଗୋଟିଏ ଦିନ ପ୍ରତିଯୋଗିତାରେ ଗ୍ରହଣ କରି କୃତିତ୍ୱ ହାସଲ କରିବା ପରିବର୍ତ୍ତେ ପ୍ରତିଦିନ ପ୍ରତିଟି ପ୍ରତିଯୋଗିତା ନିମନ୍ତେ ଛାତ୍ର ଛାତ୍ରୀ ପ୍ରସ୍ତୁତ ହେବା ଆବଶ୍ୟକ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ବେହେରା, ସବିତା ଶବର, ଗୋଷ୍ଠୀ ଶିକ୍ଷା ସାଧନ କର୍ମୀ ରୋଜି କୋରା ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଚାରକ ଭାବେ ରାମଚନ୍ଦ୍ର ଗୌଡ଼ ଓ ଅନ୍ୟ ମନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମଟିକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷକ ରମାକାନ୍ତ ମିଶ୍ର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।