July 1, 2024

ଅସହାୟ ଭିନ୍ନକ୍ଷମ ପରିବାର କୁ ବ୍ୟାସ ଫାଉଣ୍ଡେସନ ତରଫରୁ ସହାୟତା

Share


=================== ଏରସମା :- ଦୀର୍ଘ ୪ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ୮୦ ବର୍ଷର ବୃଦ୍ଧ ବାପା ର ଚିକିତ୍ସା ତ ଦୂରର କଥା, ଔଷଧ ଟିକେ କିଣିବା ପାଇଁ ପଇସା ନାହିଁ ! ସ୍ତ୍ରୀ ପାଇଁ ଶାଢ଼ୀ ଖଣ୍ଡେ ଆଣିବାକୁ ଅର୍ଥ ନାହିଁ କି,୬ବର୍ଷର ପୁଅ କୁ ପାଠ ପଢାଇବା ପାଇଁ ସାମର୍ଥ୍ୟ ନାହିଁ, ଝଡ ବର୍ଷା ରେ ମୁଣ୍ଡଗୁଞ୍ଜି ରହିବା ପାଇଁ ପକ୍କାଘର ଟିଏ ବି ନାହିଁ !ଠିକ ସେତିକି ବେଳେ ଦୃଷ୍ଟିଶକ୍ତି ହରାଇଥିବା ଅନ୍ଧପୁଅ ରବିନ୍ଦ୍ର ମହାନ୍ତି, ବେସାହାରା ହୋଇ , ନିଜର ୭୨ ବର୍ଷର ବୃଦ୍ଧା ମା ବାସନ୍ତୀ କୁ ନେଇ , ରାହାମା ବଜାର ରେ ଭିକ୍ଷାବୃତ୍ତି କରି ପ୍ରତିପାଳିତ ହେଉଛନ୍ତି ! ଏମିତି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଦୃଷ୍ଟି କୁ ଆସିଥିଲା ।ଶ୍ରୀମତୀ ସ୍ନେହମୟୀ ଏହି ବିପନ୍ନ ଭିନ୍ନକ୍ଷମ ରବିନ୍ଦ୍ର ଠାରୁ ତାଙ୍କର ସବୁ ଦୁଃଖକଥା ବୁଝିବା ପରେ , ହୋଟେଲ କୁ ନେଇ ଆଦରରେ ସେହି ମାଆ ପୁଅ ଦୁହିଁ ଙ୍କୁ ଖାଇବାକୁ ଦେଇଥିଲେ। ପରଦିନ ଗତ ମଙ୍ଗଳବାର, ଫାଉଣ୍ଡେସନର ଉପଦେଷ୍ଟା ଇଞ୍ଜିନିୟର ଗଗନ ବିହାରୀ ପୃଷ୍ଟି , ସାମ୍ୱାଦିକ ରମାକାନ୍ତ ରାଉଳ ଓ ନିଜର ସହଯୋଗୀ ମାନଙ୍କୁ ନେଇ, ପହଞ୍ଚି ଯାଇଥିଲେ , ଅନ୍ଧ ରବିନ୍ଦ୍ର ର ଘର ପାଖରେ। ବିପନ୍ନ ରବିନ୍ଦ୍ର ଓ ତାର ପରିବାର ର ଦୂରାବସ୍ଥା ଦେଖି ସ୍ନେହମୟୀ ଆଚାର୍ଯ୍ୟ ଭାବବିହ୍ୱଳ ହୋଇ କି କାନ୍ଦି ପକାଇଥିଲେ । ମାସକ ପାଇଁ କିଛି ରେସନ୍ ସାମଗ୍ରୀ ସହିତ କିଛି ଅର୍ଥରାଶି ମଧ୍ୟ ରବିନ୍ଦ୍ରର ପରିବାର ଙ୍କୁ ଦେଇଥିଲେ। ଏହି ଅଭାବନୀୟ ଘଟଣା ହେଉଛି , ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଧିନ ଜାନକାଦେଇପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ। ଗରିବ ଅସହାୟ ଓ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମାଳ ମାଳ ଯୋଜନା ର ନାରାବାଜି , ଏହି ବିପନ୍ନ ଭିନ୍ନକ୍ଷମ ପାଇଁ ସ୍ବପ୍ନ ପାଲଟିଛି !ନା ମିଳିଛି ସରକାରୀ ଆବାସ ଯୋଜନାରେ ବାସଗୃହ ଟିଏ , ନା ରବିନ୍ଦ୍ରର ବାପା ପକ୍ଷାଘାତ ରୋଗୀ ବୈଷ୍ଣବ ମହାନ୍ତି ଙ୍କ ଆଶୁଚିକିତ୍ସା ପାଇଁ ମିଳିଛି କିଛି ଆର୍ଥିକ ସହାୟତା ! ରାସନ କାର୍ଡ ଟିଏ ବି ନାହିଁ ମିଳିନାହିଁ । ଏସବୁ ପାଇବା ପାଇଁ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ପଡ଼ିଲାଣି ଅନ୍ଧ ରବିନ୍ଦ୍ର ମହାନ୍ତି। ଏରସମା ବ୍ଲକ ପ୍ରଶାସନ , ଜଗତସିଂହପୁର ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉ କି ବଦାନ୍ୟମାନ ବ୍ୟକ୍ତିବିଶେଷ ଯଦି ଏହି ବିପନ୍ନ ଭିନ୍ନକ୍ଷମ ପରିବାର ପାଇଁ ସାହାଯ୍ୟ ସହଯୋଗ କରିପାରନ୍ତେ ତେବେ ସେମାନେ କିଛିଦିନ ସୁଖଶାନ୍ତି ରେ ବଞ୍ଚିଯାଇ ପାରିବେ ବୋଲି , ତାଙ୍କର ପଡୋଶୀ , ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !