ନଡ଼ିଆ ଗଛ ସଫାକରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ଯୁବକ
ଖୋର୍ଦ୍ଧା 🙁 ପ୍ରିୟଙ୍କା ମହାପାତ୍ର) ବୋଲଗଡ଼ ଥାନା ଖଙ୍ଗୁରିଆ ଗ୍ରାମର ଜୈନେକ ଯୁବକ ନଡ଼ିଆ ଗଛ ସଫା କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ନଡ଼ିଆ ଗଛ ଉପରେ
ଜଳି ଯାଇଛି।ମୃତ୍ୟୁ କେତେବେଳେ ଆସିବ ତାହା କେହି
କହିବା ମୁସ୍କୁଲି।ଘଟଣାରୁ ପ୍ରକାଶ ଏହିକି ଯେ ଖଙ୍ଗୁରିଆ ଗ୍ରାମର ମୃତକ ବିକ୍ରମ ପରିଡାଙ୍କ ସାନ ପୁଅ ଆକାଶ କୁମାର ପରିଡା (୩୨) ଗୁରୁବାର ସକାଳ ୮ଘଣ୍ଟିକା ସମୟରେ ବୋଲଗଡ଼ସ୍ଥିତ ନେଳିଆ ପୋଖରୀ ନିକଟ ତୃତୀୟାପଡା ଆମ ଅଙ୍ଗନବାଡ଼ି କେନ୍ଦ୍ର-୧ ପରିସରରେ ଥିବା ନଡ଼ିଆ ଗଛ ସଫା କରିବାକୁ ଗଛରେ ଚଢିଥିଲେ।ନଡ଼ିଆ ଗଛ ଶୀର୍ଷ ଭାଗର ଅତି ନିକଟରେ ବିଦ୍ୟୁତ ବିଭାଗର ୧୧କେଭି କରେଣ୍ଟ ତାର ଯାଇଅଛି।ଗଛ ସଫାକାରି ଆକାଶ ଗଛର ଏକ ବାହୁଙ୍ଗାକୁ ହାଣି ସଫା କରିବା ଅବସ୍ଥାରେ ନଡିଆ ବାହୁଙ୍ଗାଟି ଅର୍ଦ୍ଧ ଭଙ୍ଗା ଅବସ୍ଥାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ନଡ଼ିଆ ଗଛଟି ସମ୍ପୂର୍ଣ୍ଣ କରେଣ୍ଟ ହୋଇ ଯାଇଥିଲା।ତେବେ ଗଛ ସଫାକାରୀ ସହଜରେ ଗଛରୁ ନପଡିବା ପାଇଁ ଏକ ଲୌହ ନିର୍ମିତ ଉପକରଣ ବ୍ୟବହାର କରିଥିଲେ।ଫଳରେ ଆକାଶ ବିଦ୍ୟୁତ ଆଘାତରେ ଆସି ଗଛରୁ ନପଡ଼ି ଗଛରେ ଉପକରଣ ସହ ଲାଖି ରହିଥିଲେ।ତୁରନ୍ତ ଖବର ପାଇ ବୋଲଗଡ଼ ଅଗ୍ନିଶମ ସେବାର ଆଗ୍ନିକ ମାନେ ପହଞ୍ଚି ଗଛରୁ ଆକାଶକୁ ତଳକୁ ଆଣିବା ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ତଳକୁ ଆଣିବାରେ କୌଣସି ବ୍ୟତିକ୍ରମ ହେତୁ ଗଛରେ ଲାଖି ରହିଥିବା ଗଛ ସଫାକାରୀ ପ୍ରାୟତଃ ୪୦ଫୁଟ ତଳକୁ କଚାଡି ହୋଇ ପଡ଼ିଥିଲା।ସେଠାରେ ଉପସ୍ଥିତ ଥିବା ଖଙ୍ଗୁରିଆ ଗ୍ରାମର ଯୁବଗୋଷ୍ଠୀ ଅତ୍ୟନ୍ତ ଉତ୍ୟକ୍ତ ରହିଥିବାର ଆଗ୍ନିକ ମାନଙ୍କୁ ଠେଲାପେଲା କରି ଲହୁଲୁହାଣ କରିଥିବାର ଶୁଣିବାକୁ ମିଳିଛି।ପରେ ଆକାଶକୁ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ତହସିଲ ଛକ ଠାରେ ପରିବାର ପକ୍ଷରୁ ମୃତକ ଆକାଶର ଶବକୁ ରଖି ୫୭ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।ତହସିଲଦାର ବିଜୟ କୁମାର ସେଠୀ,ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଶର୍ମା, ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଅନାଦି ସେଠୀ, ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ରାସ୍ତା ଅବରୋଧ ଘଟଣା ସ୍ଥଳରେ ଆସି ବୁଝାସୁଝା କରିଥିଲେ ଓ ତହସିଲଦାର ଶ୍ରୀ ସେଠୀ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ନଗଦ ୨୦ହଜାର ଟଙ୍କା ଦେଇଥିଲେ ପରେ ରାସ୍ତା ଅବରୋଧରୁ ମୃତକ ପରିବାର ଓ ଉତ୍ୟକ୍ତ ଗ୍ରାମବାସୀ ମାନେ ହଟି ଯାଇଥିଲେ ତେବେ ମୃତକ ଆଲୋକର ବଡ଼ ଭାଇ ଦୀପକ ପରିଡ଼ା ଙ୍କ ଏତଲା କ୍ରମେ ପୋଲିସ ଏକ ଅପମୃତ୍ୟୁ କେସ ନମ୍ବର ୬/୨୫ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ସଦର ମହକୁମା ହସ୍ପିଟାଲ କୁ ପଠାଇ ଦେଇଛନ୍ତି ।
