August 18, 2026

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ   

IMG-20260818-WA0034
Share

 

ପାରଳାଖେମୁଣ୍ଡି:୧୮/୮(ଗରୁଡ଼ ଧ୍ଵଜ ଚୌଧୁରୀ) ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 17ବର୍ଷରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ,SIR -2026, ଯୁବ ରେଡକ୍ରସ୍ ର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟ କ୍ରମରେ ଗଜପତି ଜିଲ୍ଲା ର ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବପିଢୀଙ୍କୁ ନିର୍ବାଚନୀ ସାକ୍ଷରତା କ୍ଲବର କାର୍ଯ୍ୟ ଓ ବିଶେସ ଗଭୀର ସଂଶୋଧନ SIR -2026 ମାଧ୍ୟମରେ ଭୋଟର ତାଲିକାରେ ନାମ ନଥିଲେ ପୁନଃସଂଯୋଗ ବ୍ୟବସ୍ଥା ବିଷୟରେ ସଚେତନ କରାଇଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରବେନ୍ଦ୍ର ପାଣଗ୍ରାହୀ ଛାତ୍ରଛାତ୍ରୀଙ୍କୁ ନାଗରିକତାର ସଦୁପଯୋଗ କରିବା ଓ ଭୋଟ ଦେଇ ସଠିକ୍ ନେତା ବାଛିବା ପାଇଁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ତେଲୁଗୁ ଅଧ୍ୟାପକ ପି,ପ୍ରସାଦ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may have missed