ଆଇନ ସଚେତନତା ଶିବିର
ବୁଗୁଡ଼ା : ତା ୧୮/୦୮/୨୫ : ବୁଗୁଡ଼ା ତାଲୁକା ଆଇନ ସେବା କମିଟି ପକ୍ଷରୁ ବିରଞ୍ଚିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜେଏମଏଫସି କୋର୍ଟର ବିଚାରପତି ସୁଧାଶ୍ରୀ ସୁରଝାଲିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ପୋଲିସ ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା , ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକ, ସମ୍ପାଦକ ସିମାଞ୍ଚଳ ନନ୍ଦ, ସରକାରୀ ଓକିଲ ରବିନ୍ଦ୍ର କୁମାର ପଣ୍ଡା, ଓକିଲ ପ୍ରଭାତ ଜେନା ଓ ଭକ୍ତରାମ ଦାସ, ସରପଞ୍ଚ ମନ୍ଦାକିନୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।
