ବାଇକ୍ ଦୁର୍ଘଟଣାରେ ଚିକିତ୍ସାଧୀନ ଗୁରୁମାଙ୍କ ମୃତ୍ୟୁ
ଛତ୍ରପୁର.ତା.୧୮/୦୬/୨୫(ଅରୁଣ କୁମାର ପଣ୍ଡା)ବାଇକ ଧକ୍କାରେ ଗୁରୁତର ହୋଇ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ଭୋର୍ ୪.୩୦ ମିନିଟ୍ ରେ ଶିଶୁ ମନ୍ଦିର ଗୁରୁମା ଭି. ସରସ୍ଵତୀ ଙ୍କ ମୃତ୍ୟୁ ହୋଇଛି । ସୂଚନାଥାଉକି ଗତ ୧୨ ତାରିଖରେ ବ୍ରହ୍ମପୁର ରୁ ବସ ଯୋଗେ ଛତ୍ରପୁର କୁ ଫେରି ଚାଲିକି ତାଡେ଼ପଲି ଜଗନ୍ନାଥ ମନ୍ଦିର ସମ୍ମୁଖ. ନିଜ ଘରକୁ ଭି. ସରସ୍ଵତୀ ଓ ତାଙ୍କ ଝିଅ ଭୁବନା ଯାଉଥିଲେ ଛତ୍ରପୁର ଅନଶ୍ଲୋ ସରକାରୀ ହାଇସ୍କୁଲ ସାମ୍ନାରେ ଛତ୍ରପୁର ସ୍ଥିତ ବାରକ୍ ସାହି ର ମନୋଜ ରାଓ ଦ୍ରୁତ ଗତିରେ ଏକ ବାଇକରେ ଆସି ମା ଓ ଝିଅ କୁ ଧକା ଦେଇଥିଲା ଯାହା ଫଳରେ ଉଭୟ ଗୁରୁତର ଆହତ ଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ହସ୍ପିଟାଲ ରେ ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ସରସ୍ଵତୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଝିଅ ଭୁବନା ଙ୍କ ହାତ ଭାଙ୍ଗିଯାଇଥିଲା l ପରେ ଉଭୟ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅପରେସନ ପାଇଁ ଉଭୟଙ୍କୁ ବିଶାଖାପାଟଣା ର ଘରୋଇ ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ସରସ୍ଵତୀ ଙ୍କ ମୃତୁ ଘଟିଥିଲା । ଏହି ମୃତୁ ଖବର ଶୁଣି ଛତ୍ରପୁର ସହର ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସରସ୍ଵତୀ ଜଣେ ଶିକ୍ଷୟତ୍ରୀ ଥିଲେ ଏବଂ ଛତ୍ରପୁର ସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁମନ୍ଦିର ରେ ଶିକ୍ଷାଦାନ କରୁଥିଲେ ଏହି ଭଳି ଗୁରୁମା ଙ୍କୁ ହରେଇ ସମସ୍ତ ଗୁରୁଜୀ ଓ ଗୁରୁମା ଭାଙ୍ଗି ପଡିଛନ୍ତି । ଗୁରୁମା ଜଣଙ୍କ ଛତ୍ରପୁର ସ୍ଥିତ ତାଡେ ପଲି ର ଏମ୍ ପ୍ରକାଶ ଙ୍କ ସ୍ତ୍ରୀ । ମା ଙ୍କ ମୃତୁ ଘଟିଥିବା ବେଳେ ଝିଅ ଭୁବନା ବିଶାଖାପାଟଣା ର ଘରୋଇ ମେଡ଼ିକାଲରେ ହାତ ଭାଙ୍ଗି ଚିକିତ୍ସିତ ହେଉଛନ୍ତି । ଏନେଇ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି ।
