ମାଡି ଆସିଲାଣି ସମୁଦ୍ର ଭୟବିତ ହେଲେ ଗ୍ରାମବାସୀ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମ ବାସୀ
ଛତ୍ରପୁର . ତା.୧୮/୦୬/୨୫(ଅରୁଣ କୁମାର ପଣ୍ଡା)ବାରମ୍ବାର କୂଳ ଲଂଘୁଚି ଏବଂ ଗୋଟିଏ ପରେ ଗୋଟିଏ କ୍ଷତି କରୁଛି ସମୁଦ୍ର । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସାନ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଗୁଛି । ପୂର୍ବରୁ ସମୁଦ୍ର ବହୁ ଦୂରରେ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ମିଟର ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇଟି ମନ୍ଦିର ସମୁଦ୍ର ଭିତରେ ଲୀନ ହୋଇଯାଇଛି । ଏବେ ଆଉ ଏକ ମନ୍ଦିର ଲୀନହେବା କୁ ଯାଉଛି । ମଙ୍ଗଳବାର ଗଙ୍ଗାଦେବୀ ଓ ଠାକୁରାଣୀ ମନ୍ଦିର ଲୀନ ହୋଇଥିବା ବେଳେ ମା ହରଚଣ୍ଡୀ ଠାକୁରାଣୀ ମନ୍ଦିର ଏବଂ ବିଶ୍ରାମା ଗାର ମଧ୍ୟ ସମୁଦ୍ର ଆଁରେ ଲୀନ ହେବାକୁ ଯାଉଛି ।
ବର୍ତ୍ତମାନ ଶୁଖୁଆ ଶୁଖାଯିବା ପ୍ଳାଟଫର୍ମ ଠାରୁ ସମୁଦ୍ର ଆଉ ମାତ୍ର ଅଳ୍ପ ଦୂରରେ ରହିଛି । ଗାଁ ଠାରୁ ସମୁଦ୍ର ୫୦ ମିଟର ଦୂରରେ ରହିଥିବା ବେଳେ ବର୍ତ୍ତମାନ ୩୦ ମିଟର କୂଳ ଲଂଘଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ର କୂଳିଆ ପରିବାର ମାନେ ଏବେ ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି। ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଦେଖିବାକୁ ମିଳିଛି।
ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସି ଧକା ଦଉଚି ଜୁଆର ଦିନରେ କମ୍ ଗର୍ଜନ କରୁଥିବା ବେଳେ ରାତିରେ ଅଧିକ ଗର୍ଜନ କରି କୂଳ କୁ ବହୁ ମାତ୍ରାରେ ଖାଉଛି ବୋଲି ଅଞ୍ଚଳ ବାସୀ କହିଛନ୍ତି । ରାତିରେ ଶୋଇବା ବେଳେ ଭୟ ଲାଗୁଚି ,ସମୁଦ୍ର ର ଉଚ୍ଚ ଜୁଆର ଆବଜ୍ ରେ ସୋଇବାପାଇଁ ନିଦ ଭୁଲି ଯାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ଏପରିକି ଗତ ୩ ବର୍ଷ ମଧ୍ୟରେ ସମୁଦ୍ର ୨ କିଲୋମିଟର ଦୂରତା କୂଳ ଲଙ୍ଘିଥିବା ବେଳେ ଆଗାମୀ ଦିନରେ ସମୁଦ୍ର ଆସି ସମ୍ପୂର୍ଣ୍ଣ ଗ୍ରାମଟି ଲୀନ ହୋଇଯିବ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି । ପଞ୍ଚାୟତବାସୀ କହିବା ଅନୁସାରେ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ଏବେ ସମୁଦ୍ର ଆସ୍ତେ ଆସ୍ତେ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୩୦ ମିଟର ଦୂରରେ ରହିଛି। ଏଣୁ ଗ୍ରାମକୁ ସୁରକ୍ଷା ପ୍ରଦାନ କରିବା ଲାଗି ଗାର୍ଡ ୱେଲ ର୍ନିମାଣ କରିବାକୁ ଦାବି ହୋଇଛି । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ଏଥିପାଇଁ ଗୋପାଳପୁର ବନ୍ଦରକୁ ଦାୟୀ କରୁଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ବନ୍ଦର ସମ୍ମୁଖରେ ହଜାର ହଜାର ମତ୍ସ୍ୟଜୀବୀ ଧାରଣା ଦେବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନେଇଥିଲେ । ବୁଧବାର ଗ୍ରାମବାସୀ ମାନେ ଆସି ୫ ଦଫା ଦାବି ନେଇ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମଧ୍ୟରୁ ପ୍ରଥମ ତଃ ବାତ୍ୟା ସମୟରେ ଅଶାନ୍ତ ସମୁଦ୍ର ର ଢେଉ କୂଳ ନ ଲଙ୍ଗିବା ସକାଶେ ସମୁଦ୍ର ବେଳାଭୂମିରେ ତୁରନ୍ତ ପଥର ପାଚେରି ନିର୍ମାଣ କରାଯାଉ । ଦିତୀୟ ନଷ୍ଟ ହୋଇ ରହିଥିବା ଗୋପାଳ ପୁର ପୋର୍ଟ ର ଫିସେରି ଜେଟିର ପୁନରୁଦ୍ଧାର ଓ ପୂର୍ଣ୍ଣ ନିର୍ମାଣ କରି ଏହାକୁ ବର୍ଷ ତମାମ ଆମ୍ଭ ମତ୍ସ୍ୟ ଯିବି ମାନଙ୍କ ଡଙ୍ଗା ରହିବା ପାଇଁ ଡ୍ରେଜିଂ କରାଯାଉ । ତୃତୀୟ ଦାବି ମତ୍ସ୍ୟଜୀବୀ ମାନଙ୍କୁ ଖରା,ବର୍ଷା,ଶୀତ,ଓ ବାତ୍ୟା ଭଳି ପ୍ରମୁଖ ସାମୁଦ୍ରିକ ଝଡ଼ ,ଜାଲ ଓ ଡ଼ଙ୍ଗା ରହିବା ପାଇଁ ସମୁଦ୍ର କୂଳ ନିକଟରେ ଆଶ୍ରୟସ୍ଥଳୀ ସ୍ଥାପନ କରି ସେଥିରେ ପାନୀୟ ଜଳ,ଶୌଚାଳୟ,ଓ ରାତ୍ର ସମୟରେ ଗ୍ରାମକୁ ଯିବା ରାସ୍ତାରେ ଲାଇଟ୍ ର ବ୍ୟବସ୍ଥା କରାଯାଉ । ଚତୁର୍ଥ ଦାବି ପୁରୁଣା କାନ୍ଥ ଗୁଡ଼ିକୁ ଭଙ୍ଗା ଯାଇ ତାହାକୁ ସଫା କରାଯାଉ। ଆଉ ପଞ୍ଚମ ଦାବି ହେଲା ଚିହ୍ନଟ ହୋଇଥିବା ସ୍ଥାନରେ ତୁରନ୍ତ ଫିଶେରି ଜେଟି ନିର୍ମାଣ କରାଯାଉ । ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଗୋପାଳପୁର ପୋର୍ଟ ସମ୍ମୁଖରେ ଧାରଣା ଦେବେ ବୋଲି ପଞ୍ଚାୟତ ବାସୀ କହିଛନ୍ତି । ସେଥିମଧ୍ୟରୁ ଧର୍ମରାଜୁ ,ଜି. ଏରେୟା,
କେ. ଦାଶରଥି, ବି. ଭୀମସେନ, ଏମ. ଦିଲୀପ ଓ ଏନ୍. ଦିନବନ୍ଧୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
