ଦଖଲ ଜମି ରେ ଲାଲ ପତାକା ପୋତିଲେ ।

କୋଲନରା : ( ସଞ୍ଜୀବ କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡ଼ି ଗ୍ରାମ ପଞ୍ଚାୟତ ର ତଳ ସିକାବାଡି ଗ୍ରାମରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା(ASM)ପକ୍ଷରୁ ଆଦିବାସୀ ମାନଙ୍କ ଦଖଲ ରେ ଥିବା ଜମି ଉପରେ ଲାଲ ପତାକା ପତିଥିବା ନଜର କୁ ଆସିଛି ।ତଳ ସିକାବାଡି ଗ୍ରାମରେ ୮୦ ଗାଟି ପରିବାର କରୁଥିବା ବେଳେ ବହୁତ ପରିବାର କୁ ଭୂମି ଖଣ୍ଡେ ନାହିଁ ।ସମ୍ବିଧାନର ୫ମ ଅନୁଛେଦ ରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପାଇବାର ଅଧିକାରୀ ଥିବା ବେଳେ ସରକାର ଆମକୁ ଭୁଆଁ ବୁଲାଉ ଥିବା ଗ୍ରାମବାସୀ କହିଛନ୍ତି।ଚଳିତ ମାସ ଜୁନ ୬-୬-୨୦୨୫ ତାରିଖ ଦିନ କୋଲନରା ତହସିଲକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୧ ଦଫା ଦାବି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି।ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM ) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ, ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକା, ୱାର୍ଡ ମେମ୍ବର କ୍ରିଷ୍ଣା ପଦାକା ଦାବି କରିଛନ୍ତି।
