ତିର୍ତ୍ତୋଲ ବାଲିପାଟଣାରେ ରଜ ଉତ୍ସବ ଓ ସମ୍ବର୍ଦ୍ଧନା !!
ତିର୍ତ୍ତୋଲ ::-ଓଡ଼ିଶାର ପାରମ୍ପରିକ ରଜ ପର୍ବ ଆଉ ପୂର୍ବପରି ହୋଇ ରହିନାହିଁ!ବଦଳି ଯାଇଛି ରୂପ ରଙ୍ଗ ! ରଜ କୁ ନେଇ ବିଭିନ୍ନ ଚିନ୍ତାଧାରାର ସମିଶ୍ରଣ ରେ ଜନ୍ମ ନେଇଛି ପ୍ରତିଭା ବିକାଶ କାର୍ଯ୍ୟକ୍ରମ ରଜ ଉତ୍ସବ !ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା ! ଏହି ପରି ଭାବେ ଆୟୋଜିତ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର ଅନତି ଦୂରରେ ଥିବା ବାଲିପାଟଣା ଗ୍ରାମରେ !ଝଙ୍କଡ ପ୍ରଗଣାର ଏହି ଗ୍ରାମ ଅତୀତରେ କଳାର ଗଡ଼ ପାଲଟିଥିଲା !ଅଭିନୟ ସମ୍ରାଟ ସ୍ବର୍ଗତ ଶଙ୍କର୍ଷଣ ପଣ୍ଡା ଏହି ଗ୍ରାମରେ ଜନ୍ମ ନେଇ ଅନେକ କଳାକାର ସୃଷ୍ଟି କରିଥିଲେ !ସେଇ ଗ୍ରାମରେ ରଜ ଉତ୍ସବ ର ମଞ୍ଚରେ ସମ୍ବର୍ଦ୍ଦିତ ହେଲେ ସ୍ବର୍ଗତଃ ପଣ୍ଡାଙ୍କ ଝିଅ ଯାତ୍ରା ଅଭିନେତ୍ରୀ ବେବିନା ପଣ୍ଡା, ଜ୍ୱାଇଁ ଅଭିନେତା ବିନୋଦ ନାଥ ଏବଂ ଆହୁରି ଅନେକ ଛୋଟବଡ କଳାକାର !ଏହି ମଞ୍ଚରେ ସଭାପତିତ୍ୱ କରିଥିଲେ ବଂଶୀଧର ସ୍ୱାଇଁ ! ମୁଖ୍ୟ ଅତିଥିଭାବେ ପାରାଦ୍ୱୀପ ଏ. ଏମ. ଏସ. କମ୍ପାନୀର ସିଦ୍ଧାର୍ଥ ମହାନ୍ତି ଥିବାବେଳେ ମୁଖ୍ୟବକ୍ତା ଥିଲେ ଝଙ୍କଡ଼ରତ୍ନ ଗୋଲେଖ ବିହାରୀ ପଲାଇ,ଏବଂ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ପ୍ରେସକ୍ଳବ ର ସଭାପତି ଶରତ କୁମାର ଦାଶ !ଅନ୍ୟତମ ଅତିଥିଭାବେ ରଜ ଉତ୍ସବ କମିଟିର ସମ୍ପାଦକ ରତି ମହାନ୍ତି, ଆଡ଼ଭାଇଜର ଏସଭିଁଏମ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରବି ପ୍ରସନ୍ନ ସାହୁ ଥିବାବେଳେ, ପୁରସ୍କାର ଚୟନ କମିଟିରେ ଥିଲେ ଅରୁଣ ସାମନ୍ତରାୟ, ପିଣ୍ଟୁ ଗୁରୁଜୀ, ପୀ ଭାସ୍କର !ମଞ୍ଚ ସଂଯୋଜନା କରିଥିଲେ ଶୁଭଲକ୍ଷ୍ମୀ ମହାପାତ୍ର ଓ କୁନା ଦଳାଇ !ଏହି ସମସ୍ତ ଆୟୋଜନ ରେ ପ୍ରମୁଖ ଗୁରୁ ଦାୟିତ୍ୱ ବହନ କରିଥିଲେ ଋତୁପର୍ଣ୍ଣା କଳାସାହିତ୍ୟ ସଂସଦର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଯୁବ ସମାଜସେବୀ ବିମଳ ମହାପାତ୍ର, ରବି ପ୍ରସନ୍ନ ! ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ !!
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!
