September 29, 2024

ଶଳାକୁ ଗୁଳି କରି ହତ୍ୟା ଘଟଣା ଅଭିଯୁକ୍ତ ଭିଣୋଇ କୋର୍ଟ ଚାଲାଣ

Share

ମୋହନା, 17/6(ଆପ୍ର) ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ଶଳାକୁ ଗୁଳି କରି ହତ୍ୟା ଘଟଣାରେ ଅଭିଯୁକ୍ତ ଭିଣୋଇ ଉଦୟ ନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ l ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି ଆର.ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ l ସୋମବାର ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀ ରେ ଏସଡିପିଓ ସୂଚନା ଦେଇଛନ୍ତି ଯେ ଗତ 2019 ରେ ମୃତ କୈଳାଶଙ୍କ ନାବାଳିକା ଝିଅ କୁ ଉଦୟଙ୍କ ଭାଇ ଦୁଃଶାସନ ନାୟକ ଅପହରଣ କରି ନେଇଥିଲା l ଏହାପରେ ସେତେବେଳେ ରାଗରେ କୈଳାଶଙ୍କ ପୁଅ ଟିକେଶ୍ୱର ଉଭୟ ଦୁଃଶାସନ ଓ ତାଙ୍କ ନାବାଳିକା ଭଉଣୀ କୁ ହlତଗୋଡ଼ ବାନ୍ଧି ଗାଳି ଗୁଲଜ କରିଥିଲେ l ସେହି ସମୟରେ ଉଦୟ ଆସି ଦୁଃଶାସନ ଓ ନାବାଳିକା ଝିଅକୁ ବନ୍ଧା ଯାଇଥିବା ରଶି ଖୋଲିଦେଇଥିଲେ l ଏହା ପରଠାରୁ କୈଳାଶ, ଟିକେଶ୍ୱର ଙ୍କ ସହ ଉଦୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା l ଅନେକ ସମୟରେ ଦୁଇ ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା l କୈଳାଶ କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା ଉଦୟ l ଶନିବାର ଅପରାହ୍ନରେ କୈଳାଶ ନାୟକ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ l ଏହି ସୁଯୋଗ ରେ ଉଦୟ ନିଜ ଦେଶି ବନ୍ଧୁକ ନେଇ କୈଳାଶ କୁ 2 ରାଉଣ୍ଡ ଗୁଳି ଚଳାଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ କୈଳାଶ l ତେବେ ବହୁ ସମୟ ଧରି କୈଳାଶ ଘରକୁ ନଆସିବାରୁ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ l ଅଭିଯୁକ୍ତ ଉଦୟ କୁ ସୋମବାର କୋର୍ଟ ଚାଲାଣ କରାଯାଇଛି l ତେବେ ଉଭୟଙ୍କ ଘରେ ସର୍ଚ୍ଚ ପରେ ମୃତ କୈଳାଶ ଙ୍କ ଘରୁ ଗୋଟିଏ ଦେଶି ବନ୍ଧୁକ ଓ ଅଭିଯୁକ୍ତ ଉଦୟ ଠାରୁ ଗୋଟିଏ ଦେଶି ବନ୍ଧୁକ ଜବତ କରିଛି ପୋଲିସ l ସାମ୍ବାଦିକ ସମିଳନୀ ରେ ମୋହନା ଥାନା ଅଧିକାରୀ ବସନ୍ତ ସେଠି ଉପସ୍ଥିତ ଥିଲେ l