September 29, 2024

ବିପର୍ଯୟ ମୁକାବିଲା ନିମନ୍ତେ ଏକ ବୈଠକ

Share

     କାଶୀନଗର,ପ୍ରାକୃତିକ ବିପର୍ଯୟ ଏମିତି ଏକ ବିପଦ ଯାହାକି ଯେକୌଣସି ମୁହୂର୍ତ୍ତ ରେ ମଧ୍ୟ ଆସିପାରେ ତେଣୁ ଆଗକୁ ଆସୁଥିବା ବର୍ଷା ଋତୁକୁ ଦୃଷ୍ଟିରେ ରଖି କାଶୀନଗର ବିପର୍ଯୟ ମୁକାବିଲା ନିମନ୍ତେ ଏକ ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ବୈଠକ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଛି. ପ୍ରାକୃତିକ ବିପର୍ଯୟ ଆସିବା ସମ୍ଭାବନାକୁ ଆମେ ରୋକି ପରିବା ନାହିଁ କିନ୍ତୁ ସତର୍କତା, ସଚେତନତା ଓ ପୂର୍ଵ ପ୍ରସ୍ତୁତି ହୋଇଥିଲେ ଧନ ଜୀବନ ହାନି, କ୍ଷୟ କ୍ଷତିକୁ ରୋକିବା କୁ ଆମେ ସକ୍ଷମ ହୋଇ ପରିବା କଥା ଗଜପତି ଉପ ଜିଲ୍ଲା ପାଳ ଅନୁପ ପଣ୍ଡା ବୈଠକ ରେ ଯୋଗ ଦେଇ କହିଥିଲେ. ବିପର୍ଯୟ ମୁକାବିଲା କରିବା ପାଇଁ ସମସ୍ତ ଅନୁଭବ, ଅଭିଜ୍ଞତା, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ ଆସନ୍ତା କାଲି ଅଗ୍ନିଶମ ବିଭାଗୀୟ ଅଧିକାରୀ ଦଣ୍ଡ ବାବୁ ଙ୍କ ସହ କାଶୀନଗର ବ୍ଲକ ର ତିନୋଟି ସ୍ଥାନ ଖଣ୍ଡାବା, ଭୂପତି ଲକ୍ଷ୍ମୀପୂର ଓ ପାର୍ତ୍ତଡା ଠାରେ ହେବାକୁ ଥିବା ମକ ଡ୍ରିଲ କାର୍ଯ୍ୟକ୍ରମ ନିମନ୍ତେ ଗସ୍ତ କରି ବିପର୍ଯୟ ମୁକାବିଲା କରିବା ପାଇଁ ଗଛିତ ଥିବା ବିଭିନ୍ନ ସରଞ୍ଜାମ ଗୁଡିକୁ ଯାଞ୍ଚ କରି ସେଗୁଡିକୁ ସଚଳ କରିବାକୁ ପ୍ରୟାସ କରାଯିବ ବୋଲି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧରି ମଲ୍ଲିକ କହିଥିଲେ. ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ସି ଡି ପି ଓ କନକ ଲତା ପୂଜାରୀ, ମେଡିକାଲ ଅଫିସର ସୋମ୍ୟ ରଞ୍ଜନ ଦାସ ଙ୍କ ସହ ଏ ଇ ନାରାୟଣ ପାଢ଼ୀ ମଂଚାସୀନ ହୋଇଥିଲେ. ଏହି କାର୍ଯ୍ୟକ୍ରମ ରେ ଲାଇନ ଦିପାର୍ଟମେଣ୍ଟ କର୍ମଚାରୀ, ପି ଓ, ସମସ୍ତ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ, କିଛି ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିବା ନଜରକୁ ଆସିଥିଲା.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର