September 29, 2024

ପାନ ଚାଷୀଙ୍କ ମୃତ୍ୟୁକୁ ନେଇ ବଢିଲା ବିବାଦ..

Share

ପାନ ଚାଷୀଙ୍କ ମୃତ୍ୟୁକୁ ନେଇ ବଢିଲା ବିବାଦ। ( ଅସ୍ତରଙ୍ଗ ଓ କାକଟପୁର ମଝିରେ ପାନ ମଣ୍ଡି ଖୋଲିବା ପାଇଁ ଦାବି ) ଅସ୍ତରଙ୍ଗ ୧୬ /୬ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛତିଆନା ଓ କେନ୍ଦ୍ରାପାଟି ଗ୍ରାମରେ ଗତକାଲି ପହିଲି ରଜରେ ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ଯାହା ପହିଲି ରଜ ଭଳି ଦିନରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ଅସ୍ତରଙ୍ଗ ଅଂଚଳର ଶହ ଶହ ପାନାଚାଷୀ ଏହିପରି ବିପଦ ପୂର୍ଣ୍ଣ ଭାବେ ସେମାନଙ୍କ ପାନ ବାରି ଦିନ ପାନ ମଣ୍ଡିକୁ ନେଇଥାନ୍ତି। ସେହିପରି ଗତକାଲି ଭୋର ସମୟରେ ପାନ ବୋଝେଇ ହୋଇ ନେଇ ଯାଉଥିବା ବେଳେ ଏକ ଟାଟା ଏ ସି ( ୧0୭ ) ଡାଲା ଗାଡ଼ି ଅତ୍ୟଧିକ ଲୋଡ଼ ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଯାହା ଫଳରେ ଘଟଣା ସ୍ଥଳରେ ୨ଜଣ ଙ୍କ ଜୀବନ ଚାଲିଯାଇଥିଲା। ମୃତକ ହେଲେ କେନ୍ଦ୍ରାପାଟି ଗ୍ରାମର ଶରତ ସାହୁ ଓ ଛାତିଆନା ଗ୍ରାମର ଯୋଗେନ୍ଦ୍ର ସ୍ୱାଇଁ ଓ ୧0ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପ୍ରାଥମିକ ଚିକିତ୍ସା ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ଭୁବନେଶ୍ୱରର ୬ନଂକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା, କାକଟପୁରରୁ ବିଜେପି ନେତା ବାଇଧର ମଲ୍ଲିକ୍ ଓ କଂଗ୍ରେସ ନେତା ବିଶ୍ଵଭୂଷଣ ଦାସ ଆହତ ମାନଂକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହି ବିପଦ ପୂର୍ଣ୍ଣ ଭାବେ ଅସ୍ତରଙ୍ଗ,କାକଟପୁର ବ୍ଲକର ଶହ ଶହ ପାନଚାଷୀ ପିପିଲି ଓ ନୂଆହାଟ ପାନ ବିକ୍ରି ପାଇଁ ଯାଇଥାନ୍ତି। ପ୍ରଶ୍ନ ଉଠୁଛି ସ୍ଥାନୀୟ ରାଜନେତା ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଗଲା ଯଦି ଅସ୍ତରଙ୍ଗ ବ୍ଲକ କିମ୍ବା ପଡୋଶୀ ବ୍ଲକ ମଧ୍ୟରେ ପାନ ମଣ୍ଡି ଥାନ୍ତା ତାହାଲେ ଏଭଳି ଅଘଟଣ ଘଟିନଥାନ୍ତା ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅସ୍ତରଙ୍ଗ ବ୍ଲକରେ ତୁରନ୍ତ ପାନ ମଣ୍ଡି ଖୋଲା ଯାଉ ମୃତ୍ୟୁ ବରଣ କରିଥିବା ପାନ ଚାଷୀ ଙ୍କୁ ୨0ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ଓ ଆହତଙ୍କୁ ସମସ୍ତ ଚିକିତ୍ସା ଦେବାପାଇଁ ରାଜ୍ୟ ସରକାରଙ୍କ ପାଖରେ ଓଡିଶା କଂଗ୍ରେସ କୃଷକ ସେଲ୍ ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ସ୍ଥାନୀୟ ସମାଜସେବୀ ମନୋଜ କୁମାର ବାରିକ୍ ଦାବି କରିଛନ୍ତି। ଦୁର୍ଘଟଣାର ୩୬ ଘଣ୍ଟା ବିତିଯାଇ ଥିଲେ ମଧ୍ୟ କୌଣସି ଅନୁକମ୍ପା ରାଶି ଘୋଷଣା ନ ହେବା ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ଘୋଷଣା ପାଇଁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଯଦି ଆଗାମୀ ଦିନରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାନ ମଣ୍ଡି ଖୋଲାଯାଏ ଆଉ ବିପଦ ପୂର୍ଣ୍ଣ ଭାବେ ଚାଷୀ ପିପିଲି ଓ ନୟାହାଟକୁ ପାନ ବିକ୍ରି ପାଇଁ ଯିବାକୁ ପଡିବ ନାହିଁ। ଯଦି ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ କୁ ଓଲ୍ହାଇବାକୁ ସ୍ଥାନୀୟ ପାନ ଚାଷୀ ଚେତାବନୀ ଦେଇଛନ୍ତି।