June 26, 2024
Share

 

୧-ଭୁବନେଶ୍ୱର:ଆଜିଠୁ ଦୁଇଦିନ ନୂଆ ବିଧାୟକଙ୍କ ଶପଥ ଗ୍ରହଣ। ସୁରକ୍ଷା ଯାଞ୍ଚ କଲେ ଡିଜିପି।

୨-ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା, ବଜେଟ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୩-ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର: ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ।

୪-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥିବାରୁ ଖରା ଛୁଟି ବଢ଼ାଯାଉ’:ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ।

୫-ରଜ ଗଲା, ତଥାପି ନିଖୋଜ ମୌସୁମୀ; ଚାଷୀଙ୍କୁ ଘାରିଲା ଗଜା ମରୁଡ଼ି ଆଶଙ୍କା।

୬-ବଦଳିଲା ୨୪ ବର୍ଷର ଶାସନ ଢାଞ୍ଚା। ମନ୍ତ୍ରୀଙ୍କୁ ଭେଟୁଛନ୍ତି ସଚିବ । ମନ୍ତ୍ରୀଙ୍କୁ ଭେଟିବାକୁ ଲାଗିଲା ଅଫିସରଙ୍କ ଧାଡ଼ି।

୭-ନାରାୟଣପାଟଣା: ବଜ୍ରପାତରେ ଜଣେ ମୃତ,୪ ଆହତ।

୮-ବଣାଇ: ସରକାରୀ ବସ୍ ଦୁର୍ଘଟଣାରେ ୪୫ ଆହତ,୧୫ ଗୁରୁତର।

୯-ଭୁବନେଶ୍ୱର:ତାତି କରୁଛି କଲବଲ । ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ଆସନ୍ତା ତିନିଦିନ ପ୍ରଚଣ୍ଡ ଗୁଳୁଗୁଳି।

୧୦-ଏଚପିସିଏଲରେ ପୂରଣ ହେବ ଇଞ୍ଜିନିୟର୍ ଓ ଅଫିସର ପଦବୀ; ଦରମା ୨ ଲକ୍ଷ ୪୦ ହଜାର।ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୪୭ ଟି ପଦବୀ ପୂରଣ ହେବ।

୧୧-ହାଲ୍‌କୁ ବଡ଼ ଅର୍ଡର, ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର କିଣିବ ପ୍ରତିରକ୍ଷା ମନ୍ତ୍ରାଳୟ।

୧୨-କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର; ଏଣିକି ବିଳମ୍ବରେ ଅଫିସ୍ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ !

୧୩-କରଞ୍ଜିଆ:୨୭ ଟିକିଆ ହାତୀପଲଙ୍କ ଉତ୍ପାତ ,ବନ ବିଭାଗର ମୁଣ୍ଡବିନ୍ଧା।

୧୪-୧୯ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ବସିବ ବିଜେଡି ବିଧାୟକ ଦଳ ବୈଠକ।

୧୫-ତାଳଚେର:ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର।

୧୬-ମିଶନ ଶକ୍ତି ଦ୍ୱାରା ରାଜ୍ୟରେ ହୋଇଛି ମହିଳା ସଶକ୍ତିକରଣ,ମିଶନ ଶକ୍ତି କାର୍ଯ୍ୟକଳାପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

୧୭-ପିଏମ୍ କିଷାନ ସମ୍ମାନ ନିଧିରେ ଆଜି ଚାଷୀଙ୍କୁ ମିଳିବ ଟଙ୍କା । ୨ ହଜାର ଟଙ୍କା ଲେଖାଏଁ ପାଇବେ ୯ କୋଟି ୨୬ ଲକ୍ଷ ଚାଷୀ।

୧୮-ସିଗନାଲ୍ ନ ମାନିବାରୁ ପଶ୍ଚିମବଙ୍ଗ ନ୍ୟୁ-ଜଲପାଇଗୁଡ଼ିରେ ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ ଧକ୍କା ଦେଲା ମାଲବାହୀ ଗାଡ଼ି,୧୦ ମୃତ।

୧୯-ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା।

୨୦-ଜାପାନରେ ଚିନ୍ତା ବଢ଼ାଉଛି ମାଂସ ଖିଆ ବ୍ୟାକ୍ଟେରିଆ: ସଂକ୍ରମଣର ଦୁଇ ଦିନ ପରେ ଜୀବନ ଯିବା ଆଶଙ୍କା।

୨୧-ଇଭିଏମ ପ୍ରସଙ୍ଗରେ ଥମୁନି ବିବାଦ: ରାହୁଲ ଗାନ୍ଧୀଙ୍କ ପରେ ସାମ ପିଟ୍ରୋଦାଙ୍କ ଦାବି, ହ୍ୟାକ ହୋଇପାରେ ଇଭିଏମ।

୨୨-ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ,ରୋଡସୋ ପରେ ପିଏମ କିଶାନ ଯୋଜନାର ୧୭ତମ କିସ୍ତି ପ୍ରଦାନ ପରେ ଜନତାଙ୍କ ସହ କରିବେ ଆଲୋଚନା ।