ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ
ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ ସାହି ପ୍ରମୁଖ 4 ଗୋଟି ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉକ୍ତ ପୋଷଣ ପକ୍ଷ କାର୍ଯ୍ୟକ୍ରମରେ ଗୋଦ ଭରାଇ, ଅନ୍ନ ପ୍ରସନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ଆଞ୍ଚଳିକ ପୃଷ୍ଟିକର ପୋଷଣ ଯୁକ୍ତ ଖାଦ୍ୟ ଏପରିକି ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ ସି ଡ଼ି ପି ଓ ସଲୀଳା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କିଶୋରୀ ବାଳିକା ଓ ପ୍ରସୂତି ମାନଙ୍କୁ ପୃଷ୍ଟିକର ଯୁକ୍ତ ଖାଦ୍ୟ
ର ଉପକାରୀତା ସମ୍ପର୍କରେ ସଚେତନତା କରାଇଥିଲେ l ଶେଷରେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା l
ବବିତା ସେଠି, ପ୍ରମିଳା କୁମାରୀ ନାୟକ, ମମତା ଦାଶ, ଧରିତ୍ରୀ ଦାଶ, ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ହେଲପର ମାନେ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ l